-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ଗୋପାଳପୁର ଗ୍ରାମର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁର ଠାରେ ହେଉଥିବା ଲଗାଣ ବର୍ଷା ଯୋଗୁଁ ଦୀର୍ଘ ଚାରିଦିନ ହେବ ଉକ୍ତ ବିଦ୍ୟାଳୟରେ ଆଣ୍ଠୁଏ ଲେଖାଏଁ ପାଣି ଜମା ରହିଛି l ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା 97, ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ବେଳେ ଆଣ୍ଠୁଏ ପାଣିରେ ଶ୍ରେଣୀ ଗୃହକୁ ପ୍ରବେଶ କରିବାକୁ ପଡୁଛି l ଗତ ୨ ବର୍ଷ ଆଗରୁ ସ୍କୁଲ ପରିସରର ପାଣି ମୁଖ୍ୟରାସ୍ତା ଦେଇ ଯାଉଥିଲା l ସ୍କୁଲ ପରିସର ପାଖରେ ମୁଖ୍ୟ ରାସ୍ତାରେ ପାଣି ଯିବା ସ୍ଥାନରେ ଏକ କଲଭର୍ଟ ନିର୍ମାଣ ହୋଇଅଛି l ନିମ୍ନ ମାନର କଲଭର୍ଟ ନିର୍ମାଣ ହୋଇଥିବାରୁ ତାହା ପାଣି ଡ୍ରେନେଜ ହୋଇ ପାରୁନାହିଁ l ଯାହାକି ସ୍କୁଲ ପରିସରରେ ବର୍ଷା ପାଣି ଜମିରହୁଛି l ଏଣୁ ପ୍ରଶାସନ ଦୃଷ୍ଟିଦେବା ସହ ଏହାର ଶୀଘ୍ର ସମାଧାନ କରିବା ପାଇଁ ଗ୍ରାମବାସୀ ତଥା ଅଭିଭାବକ ମହଲରେ ଦାବୀ ହେଉଛି l