-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ବଲାଙ୍ଗିର, - ଆଜି ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ବିଶ୍ୱ ହାତୀ ଦିବସ ପାଳନ ହୋଇଯାଇଛି । ହାତୀ ଏକ ଐତିହାସିକ ପ୍ରାଣୀ । ଏହା ସୁରକ୍ଷା ଜରୁରୀ ନଚେତ ଯେଉଁ ଭଳି ଭାବରେ ହାତି ଶିକାର ବା ମୃତ୍ୟୁ ବଢି ଚାଲିଛି । ଆଗାମୀ ଦଶନ୍ଧିରେ ଏମାନଙ୍କୁ ଆଉ ଦେଖିବା ମିଳିବା କଷ୍ଟକର ହୋଇ ପଡିବ । ବିଶେଷ କରି ରାଜ୍ୟରେ ବଢୁଥିବା ହାତୀ ଶିକାରକୁ ରୋକା ଯିବା ସହ ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ବିଭାଗୀୟ ଅବହେଳା ପ୍ରଦର୍ଶନ କରୁଥିବାରୁ ଅଧିକାରୀ ଏବଂ କର୍ମଚାରୀ ଦୃଷ୍ଟାନ୍ତମୁଳକ ବ୍ୟବସ୍ଥା କରିବା କଥା । ହାତୀ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ନ ରହିଲେ ହାତୀ ସୁରକ୍ଷା ହୋଇ ପାରିବ ନାହିଁ ବୋଲି ମତ
ପ୍ରକାଶ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପରିଚାଳନା କରିଥିଲେ ବିଭୁ କଲ୍ୟାଣ ଗଡତ୍ୟା, ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଡିଏଫ୍ଓ ନିତିଶ କୁମାର, ମୁଖ୍ୟ ବକ୍ତା ବିରେନ୍ଦ୍ର ବନଛୋର, ବନ୍ୟପ୍ରାଣୀ ତତ୍ତ୍ୱାଧାରକ ସଭ୍ୟ ସୁଧିର ମିଶ୍ର, ବିଜୁ ପଟ୍ଟାୟକ ବନ୍ୟ ପ୍ରାଣ୍ୟ ସୁରକ୍ଷା ପରସ୍କାର ପ୍ରାପ୍ତ ସତ୍ୟସୁନ୍ଦର ଭଞ୍ଜ, ପ୍ରେସ କ୍ଲବ ସଭାପତି ଅରୁଣ କୁମାର ସାହୁ, ଜଙ୍ଗଲ ସୁରକ୍ଷା କମିଟିର ସଭାପତି କୂଳମଣି ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସନାତନ ଠାକୁର, ନାଗରିକ କମିଟି ମନରଞ୍ଜନ ପୁରୋହିତ, ଶମ୍ଭୁ ଶତପଥି, ରାମ ନାରାୟଣ ଦାଶ, ମୀନ କେତେନ ଡାଙ୍ଗ, ବିନୋଦ କାଲସାଏ, ରାଜିବ ଷଡଙ୍ଗି, ପ୍ରଶାନ୍ତ ମହାକୁର, ଅଷ୍ଟମୀ ବଗର୍ତ୍ତି, ଜୟରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁଧିଷ୍ଟି ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।