-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ବଲାଙ୍ଗୀର, ଆଜି ବଲାଙ୍ଗୀର ନାଗରିକ କମିଟି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ସାଗରପଡା ଓ ଇଛା ପଡା ଠାରେ “ଘର କୁ ଘର ତ୍ରିରଙ୍ଗା” ଅଭିଯାନ ଉପଲକ୍ଷେ ଜାତୀୟ ପତାକା ବଂଟନ କରାଯାଇଛି । ପ୍ରଥମେ କମିଟିର ଉପଦେଷ୍ଟା ଡ. ଲକ୍ଷ୍ମୀକାନ୍ତ ମହାପାତ୍ର ଛୋଟ ଶିଶୁ ମାନଙ୍କୁ ପତାକା ବଂଟନ କରି ଆଜିର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଘର କୁ ଘର ଯାଇ ପରିବାର ଙ୍କୁ ଜାତୀୟ ପତାକା ଓ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ସଭ୍ୟ ମାନେ ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ସଭାପତି ବେଲାର ସିଂ ଭୋଇ, ସାଧାରଣ ସଂପାଦକ ମନୋରଂଜନ ସାହୁ, ସହ ସଂପାଦକ ଚକ୍ରପାଣି ଦାଶ, କୋଷାଧ୍ୟକ୍ଷ ଗଜେନ୍ଦ୍ର ଭ୍ରମର, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ବ୍ରଜରାଜ ପୁରୋହିତ, ପ୍ରଫେସର ଶୁଭେନ୍ଦ୍ର ତ୍ରିପାଠୀ, ପୀତବାସ ପଣ୍ଡା, ନବୀନ କୁମାର ନାୟକ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ପଟେଲ, ସଲିମ ଖାନ, ରାଧାକାନ୍ତ ମହାପାତ୍ର ଓ ଆୟୁଷ ଅବିସ୍ୱାଥ ନାଥ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆସନ୍ତାକାଲି ଠିକାଦାର ପଡା ଓ କୁମ୍ଭାର ପଡାରେ ତ୍ରିରଙ୍ଗା ପତାକା ବଂଟନ କାର୍ଯ୍ୟକ୍ରମ ରହିଛି ।