-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ବଲାଙ୍ଗୀର/ଟିଟିଲାଗଡ(ସନ୍ତୋଷ କୁମାର ନାଏକ) : ଟିଟିଲାଗଡ ଥାନା ଅନ୍ତର୍ଗତ ଶିକେର ରେଳ ଷ୍ଟେସନରେ ଗତ ଗୁରୁବାର ରାତି ପ୍ରାୟ ୨ ସମୟରେ ବିଦ୍ୟୁତ ଆଘାତ ରେ ଜଣେ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋନପୁର ଜିଲ୍ଲାରୁ ଆସି ଶ୍ରୀକାନ୍ତ ଧରୁଆ (ବ-୪୩)ନାମକ ଜଣେ ବ୍ୟକ୍ତି ଜଗୁଆଳି ଭାବେ ଶିକେର ରେଳ ଷ୍ଟେସନରେ କାର୍ଯ୍ୟରତ ଥିବା ବେଳେ ସେ ଗୁରୁବାର ରାତି ପ୍ରାୟ ୨ ଟା ସମୟରେ କୌଣସି କାରଣ ବଶତଃ ନୂତନ ଭାବେ ନିର୍ମାଣ ହୋଇଥିବା ରେଳ ଲାଇନ କଡରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଅସିଯାଇ ଥିଲେ । ତାଙ୍କୁ ରେଳ ଷ୍ଟେସନର ଅନ୍ୟ କର୍ମଚାରୀ ତୁରନ୍ତ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ,ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଟିଟିଲାଗଡ ରେଳ ବିଭାଗ ପୋଲିସ କର୍ମଚାରୀ ମୃତ ଶ୍ରୀକାନ୍ତଙ୍କ ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ପ୍ରେରଣ କରିବା ସହ ସବିଶେଷ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ମୃତ ଶ୍ରୀକାନ୍ତ ଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଥିବା ଜଣାଯାଇଛି ।