-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ବୌଦ୍ଧ (ପ୍ରେରଣା ଖବର) ରାକ୍ଷୀ ପୁର୍ଣିମା ଅବସରରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଅଭିନବ ବୃକ୍ଷ ରକ୍ଷା ବନ୍ଧନ ଉତ୍ସବ ଆଜି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଯୁବ ରେଡକ୍ରସ ଏବଂ ଇକୋ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ରୋପଣ କରାଯାଇଥିବା ଗଛ ମାନଙ୍କୁ ଫୁଲ ଚନ୍ଦନ ଭୋଗ ଦେଇ ପୂଜା କରାଯାଇଥିଲା l ତାପରେ ନିଜ ହାତତିଆରି ବଡ ରକ୍ଷୀ ସବୁ ବନ୍ଧlଯାଇଥିଲା l ୧୯୯୭ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗଛ ଲଗାଇବା ଏବଂ ତାର ସଠିକ ଯତ୍ନ ନେବା ସହ ସେମାନଙ୍କ ସହିତ ସ୍ନେହର ସମ୍ପର୍କ ସ୍ଥାପନ ଏହି ରlକ୍ଷୀ ମାଧ୍ୟମରେ କରାଯାଇ ଏକ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବନଖଣ୍ଡ ଅଧିକାରୀ, ଦେବପ୍ରିୟ କମ୍ପ ଯୋଗଦେଇ ରକ୍ଷୀ ବାନ୍ଧିବା ସହ ଏହି ଅଭିନବ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ l ଗଛ ଭାଇଠୁ ମଧ୍ୟ ବଡ ବୋଲି ମତ ଦେଇ
ଥିଲେ l ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଓକିଲ ସୁଧୀର କର୍ଣ, ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଡ. ମହେନ୍ଦ୍ରନାଥ ଦେବତା, ପ୍ରକୃତି ବନ୍ଧୁ ସୁଶାନ୍ତ କୁମାର ମହାପାତ୍ର, ସରସରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସ୍ବେଛାସେବୀ ପ୍ରମୋଦ କୁମାର ପ୍ରଧାନ ଯୋଗଦାନ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତ ଅତିଥି ମlନକୁ ସ୍ୱାଗତ କରିଥିଲେ l ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଗତ ବର୍ଷ ୨୫ ତମ ଉତ୍ସବରେ ଏକ ୧୪ ଫୁଟର ବୃହତ୍ତମ ରାକ୍ଷୀ ବାନ୍ଧି ବିଶ୍ୱ ରେକର୍ଡ କରା ଯାଇଥିଲା l + ୨ ର ଇକୋ କ୍ଲବ ଏବଂ + ୩ ର ଯୁବ ରେଡ କ୍ରସ ର ଛାତ୍ରଛାତ୍ରୀ ମାନେ ଶେଷରେ ମହାବିଦ୍ୟାଳୟର ସମସ୍ତ ଗଛ ମାନଂକୁ ରାକ୍ଷୀ ବାନ୍ଧିବା ସହ ସମସ୍ତ ସହଯୋଗ କରିଥିଲେ l