-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ଆସନ୍ତା କଲି ଶ୍ରାବଣ ପୂର୍ଣ୍ଣିମା । ଦେବ ଦେବ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ଅଅଜି ହଜାର ହଜାର ସଂଖ୍ୟାରେ କାଉଡିଆ ବଲାଙ୍ଗୀର ସଦର ବ୍ଲକ ବାରପୁଡଗିଆ ଠାରେ ଏକଜୁଟ୍ ହୋଇଛନ୍ତି । ବୋଲ୍ ବମ୍ ଓ ହର୍ ହର୍ ମହାଦେବ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହେଉଥିବା ବେଳେ ଏଠାରେ ଏକ ଶିବମୟ ପରିବେଶ ସୃଷ୍ଟି ହୋଇଥିଲା । ବଲାଙ୍ଗୀର ସମେତ ସୋନପୁର, ବରଗଡ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନର କାଉଡିଆ ମାନେ ହରିଶଙ୍କର ପୀଟ ରୁ ଜଳ ଆଣି ମହାଦେବଙ୍କ ଠାରେ ଜଳ ଚଢ଼ାଇବେ । ଏହି କାଉଡିଆ ମାନେ ବଲାଙ୍ଗୀର ପାଟଣାଗଡ଼ ରାସ୍ତା ବାରପୁଡଗିଆ ଠାରେ ପହଞ୍ଚିବା ପରେ ସେମାନଙ୍କୁ ଗ୍ରାମବାସୀ ମାନେ ସ୍ୱାଗତ କରିବା ସହ ସେମାନଙ୍କ ସେବାଶୁଶୃଷା କରିଥିଲେ । ଏହି କାଉଡିଆ ମାନଙ୍କ ସେବା ଶିବଙ୍କ ସେବା ସଙ୍ଗେ ସମାନ ଓ ଏହା ଦ୍ୱାରା ଅନେକ ପୂଣ୍ୟ ଫଳ ମିଳିଥାଏ । ଆଜି ବାରପୁଡଗିଆ ଠାରେ ବଲାଙ୍ଗୀର ହୋଣ୍ଡା ସୋ ରୁମ୍ ର ମାଲିକ ନରେନ୍ଦ୍ର ସାହୁ ଓ ଯୁବ ନେତା ଆକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେବାକାରୀ ଦଳ ମାନେ କାଉଡିଆ ମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ଦେହପା ପର୍ଯ୍ୟନ୍ତ ସବୁପ୍ରକାର ସେବା କରିବାର ପୂଣ୍ୟଲାଭ କରିଥିଲେ । ଆସନ୍ତା କାଲି ପର୍ଯ୍ୟନ୍ତ କାଉଡିଆ ମାନଙ୍କ ସେବାରେ ଏହି ସେବାକାରୀ ଦଳ ନିଜକୁ ସମର୍ପିତ କରିଦେଇଥିବା ଜଣାପଡିଛି ।