-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ବଲାଙ୍ଗୀର - ବଲାଙ୍ଗୀର ସର୍କିଟ ହାଉସ ଠାରୁ ଆନନ୍ଦ ନିକେତନ ମାର୍ଗ ଦେଇ ବିଶ୍ୱତ୍ମା ବିଦ୍ୟା ମନ୍ଦିର ସ୍କୁଲ ପର୍ଯ୍ୟନ୍ତ ପିଡବ୍ଲୁଡି ରାସ୍ତା ସାଜିଛି ମରଣଯନ୍ତା । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ବସ୍ ଏବଂ ସ୍କୁଲର ଅନେକ କୁନିକୁନି ଛାତ୍ରଛାତ୍ରୀ ସାଇକେଲ ତଥା ପାଦରେଚାଲି ଚାଲି ଯିବା ଆସିବା କରୁଛନ୍ତି । ନୂତନ ବଲାଙ୍ଗୀର ନିର୍ମାଣ ହେତୁ ଠିକାଦାର ମାନଙ୍କ
ଜେସିବି,ଏବଂ ବଡ ବଡ ଗାଡ଼ି ଏହି ରାସ୍ତା ଦେଇ ପ୍ରତିଦିନ ଯାଉଛି । ଅନେକ ଅଫିସର,ଯନ୍ତ୍ରୀ ଏହି ରାସ୍ତା ଦେଇ ଯାଉଛନ୍ତି । କାମାକ୍ଷା ନଗର, କବାଟ ପଡ଼ା,ନୂଆ ବଲାଙ୍ଗୀର ଦେଇ ବିଯାଖମନ୍ ପର୍ଯ୍ୟନ୍ତ ପ୍ରତିଦିନ ଶହ ଶହ ଲୋକ ଯାଉଛନ୍ତି । ଅନେକ ଭିଆଇପି ଗାଡ଼ି ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛି l
ରାସ୍ତା ମଝିରେ ବଡ଼ ବଡ ଢୁଡା ଅଛି । ଖାଲ ଢିପ ଅଛି ।ଗାଡ଼ିରେ ଲଛମନ ଝୁଲା ଭଳି ଦୋଳି ଖେଳି ଖେଳି ଯିବାକୁ ପଡୁଛି। ରାସ୍ତା ବିପଦିଆ ଅଛି । ଆନନ୍ଦ ନିକେତନ ମାର୍ଗ ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ମଧ୍ୟ ନାହିଁ । ଜିଲ୍ଲା ପ୍ରଶାସନ ମାନବିକତା ଦୃଷ୍ଟିରୁ ଏହି ରାସ୍ତା କାମକୁ ତ୍ବରାନ୍ବିତ କଲେ ପ୍ରତିଦିନ ସ୍କୁଲକୁ ଯାଉଥିବା କୁନିକୁନି ଛାତ୍ରଛାତ୍ରୀ ମାନେ ସୁରକ୍ଷାରେ ଯାଇପାରନ୍ତେ ।
ବିପଦିଆ ରାସ୍ତା ନେତାଙ୍କ ନଜରରେ ଥିଲେ ମଧ୍ୟ ଅଣଦେଖା କରୁଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ସରକାରୀ କଳର ଉଦାସୀନତା ଦେଖାଦେଇଛି । ତଥାପି ନେତା କହୁଛନ ବଲାଙ୍ଗୀର ଆଗକେ ବଢ଼ୁଛେ । ସାଧୁ ସାବଧାନ ଆଗକେ ୨୦୨୪ ନିର୍ବାଚନ ଆସୁଛେ ।