-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ସୁବର୍ଣ୍ଣପୁର: ଉପକାରାଗାର ସୋନପୁର ଠାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ କୋଭିଡ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏଥିରେ 110 ଜଣଙ୍କୁ ଟୀକା ପ୍ରଦାନ କରା ଯାଇଥିଲା ! ଭେକସିନେଟର ଭାବରେ ରମ୍ଭାବତୀ ହାତୀ ଓ ଭେରିଫାୟର ଭାବରେ ବେଦବ୍ୟାସ ଜଗଦଲା କାର୍ଯ୍ୟ ସମ୍ପାଦନା କରିଥିଲେ ! ଆମ୍ବୁଲାନ୍ସ ଗାଡି ସହିତ ଚକ୍ରଧର ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ ! ଜେଲ ସୁପରିଟେଣ୍ଡେଣ୍ଟ ଡ଼ିଲେଶ୍ଵର ଜେନା, ଡା ପ୍ରସନ୍ନ କୁମାର ମିଶ୍ର, ଫାର୍ମାସିଷ୍ଟ ପ୍ରଭାକର ଦଳେଇ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ l ଏବଂ ସ୍ୱାସ୍ଥ୍ୟ ବିଭାଗ ସମେତ ଜ଼ିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ l