-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ଇସ୍ଲାମବାଦ: ପାକିସ୍ଥାନର ମିଡ଼ିଆରେ ମଙ୍ଗଳବାରେ ପ୍ରସ୍ତୁତ ଏକ ଖବରରେ ଦାବି କରାଯାଇଛି କି ପ୍ରଧାନମନ୍ତ୍ରୀ ଇମରାନ ଖାନ ଏକ ଆଇନ କୁ ସଂପୂର୍ଣ୍ଣ ରୂପେ ଆଦେଶ ଦେଇଛନ୍ତି ଯେଉଁଥିରେ ବଳାତ୍କାର ଦୋଷୀ ମାନଙ୍କୁ ରାସାୟନିକ ଉପାୟରେ ନଂପୁସକ ବନାଯିବ ଏବଂ ଯୌନ ଉତ୍ପୀଡନ ମାମଲାକୁ ତୁରନ୍ତ ଶୁଣାଇବାର ନିୟମ ଅଛି।
ଜିୟୋ ଟିଭିର ଖବର ଅନୁସାରେ ସଂଘୀୟ କ୍ୟାବିନେଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ଆଇନ ମନ୍ତ୍ରଣାଳୟ ବଳା-ତ୍କାର ବିରୋଧୀ ଅଧ୍ୟାଦେଶ ଅନୁବନ୍ଧପତ୍ର ପ୍ରସ୍ତୁତ କରିଛନ୍ତି। ହେଲେ ଏହି ବିଷୟରେ କୈାଣସି ସରକାରୀ ଘୋଷଣା ହୋଇନାହିଁ ।
ଖବର ଅନୁସାରେ, ଅନୁବନ୍ଧପତ୍ରରେ ପୁଲିସ ବ୍ୟବସ୍ଥାରେ ମହିଳାଙ୍କ ଭୂମିକା ବଢାଇବା, ବଳା-ତ୍କାର ଘଟଣାରେ ଶୀଘ୍ର ଶୁଣାଣି କରିବା ଏବଂ ପ୍ରମାଣପତ୍ର କୁ ସଂରକ୍ଷଣ କରିବା ସାମିଲ କରାଯାଇଅଛି।
ଖବର ମୁତାବକ ପ୍ରଧାନମନ୍ତ୍ରୀ ଖାନ କହିଛନ୍ତି କି ଏହା ଗମ୍ଭୀର ମାମଲା ଅଟେ ଏବଂ ଏହି ମାମଲାରେ ବିଳମ୍ବ କରାଯାଇ ନପାରେ। ସେ କହିଛନ୍ତି କି,” ଆମକୁ ଆମ ନାଗରିକ ମାନଙ୍କ ପାଇଁ ସୁରକ୍ଷିତ ପରିବେଶ ପ୍ରସ୍ତୁତ କରିବାକୁ ପଡ଼ିବ। ” ପ୍ରଧାନମନ୍ତ୍ରୀ କହିଛନ୍ତି କି ବଳାତ୍କାରରେ ପିଡୀତା ବିନା ଭୟରେ ଦରଖାସ୍ତ ଜମା କରିପାରିବେ ଏବଂ ସରକାର ତାଙ୍କ ପରିଚୟ ଲୁଚାଇ ରଖିବେ।
ରିପୋର୍ଟ ଅନୁସାରେ, କିଛି ସଂଘୀୟ ମନ୍ତ୍ରୀମାନେ ଦୁଷ୍କ-ର୍ମର ଦୋଷୀ ମାନଙ୍କୁ ସାର୍ବଜନୀକ ଭାବରେ ଫାଶୀ ଦିଆଯିବା ପାଇଁ ସୁପାରିଶ କରିଥିଲେ। ସୁତରାଂ ପାକିସ୍ଥାନ ତହରୀକ-ଏ-ଇସାଫ ର ସାଂସଦ ଫୈସଲ ଜାବେଦ ଖାନ ଟୁଇଟରରେ ଲେଖିଥିଲେ କି ଆଇନ ଶୀଘ୍ର ହିଁ ସଂସଦରେ ଦାଖଲ କରାଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।