-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ପାଟଣାଗଡ (ସଚ୍ଚିଦାନନ୍ଦ ମହାକୁର) ପାଟଣାଗଡ ବ୍ଲକ ଅଧିନସ୍ଥ ପାଢେଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିବାଵକ ମାନେ ତାଳାଦେଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ! ପ୍ରକାଶଯେ ଏହି ସ୍କୁଲରେ ୨୦୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି ! ପୂର୍ବରୁ ଏଠାରେ ୮ ଜଣ ଶିକ୍ଷକ ଥିଲେ ! କିନ୍ତୁ ମାସେ ହେବ ଏହି ସ୍କୁଲରେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ସ୍କୁଲ କୁଵଦଳି କରାଯାଇଛି ! ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ! ଯାହାକୁନେଇ ପରିଚାଳନା କମିଟି ଓ ଅଭିଭାବକ ମାନେ ବିଇଓ ଙ୍କ ଦ୍ୱାରସ୍ଥ ହୋଇଥିଳେ ! ତବେ କୌଣସି ସୁଫଳ ନମିଳିବାରୁ ସ୍କୁଲରେ ତାଲା ପକାଇ ଧାରଣା ଦେଇଥିଳେ ! ଖବର ପାଇଁ ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ ଧାରଣା ସ୍ଥଳକୁ ପହଞ୍ଚି ଥିଳେ ! ୪ ଦିନ ଭିତରେ ଶିକ୍ଷକ ନିଯୁକ୍ତି ଦେଵାକୁ ପ୍ରତିଶୁତି ଦେବାପରେ ଛାତ୍ରଛାତ୍ରୀ ଓ ଅଭିବାଵକ ମାନେ ଧାରଣାରୁ ଓହରି ଥିଲେ !