-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
09-Aug-2022
ବଲାଙ୍ଗୀର-ଆଜି ବଲାଙ୍ଗୀର କ୍ରାନ୍ତି ଜାଗୃତି ସମାରୋହର ଏକ ବାଇକ୍ ଶୋଭାଯାତ୍ରା ଐତିହାସିକ ସ୍ୱାଧୀନତା ସଂଗ୍ରାମୀ ପୀଠ ସ୍ଥିତ ଧରମ୍ ସିଂ ମାନ୍ଧାତାଙ୍କ ଜମିଦାର ମହଲ ଆଠଗାଁ ରୁ ବଲାଙ୍ଗୀର ଅଭିମୁଖେ ଆସୁଥିଲା । ଏହି ଅବସରରେ ସ୍ଥାନୀୟ କଦମପଡା ସ୍ଥିତ ଶିଶୁ ମନ୍ଦିର ନିକଟରେ ଶୋଭାଯାତ୍ରାକାରୀ ଙ୍କ ଉପରେ ପୁଷ୍ପ ବୃଷ୍ଟି ତଥା ଜାତୀୟ ପତାକା ପ୍ରଦର୍ଶନ କରି ସ୍ୱାଗତ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ସ୍ଥାନୀୟ ବ୍ୟକ୍ତି ବିଶେଷ ମାନଙ୍କ ସହଯୋଗରେ ନାଗରିକ କମିଟିର ସଭାପତି ବେଲାରସିଂ ଭୋଇ, ସାଧାରଣ ସଂପାଦକ ମନୋରଞ୍ଜନ ସାହୁ, ସହସାଧାରଣ ସଂପାଦକ ଚକ୍ରପାଣି ଦାଶ, ଶ୍ରୀମତୀ ପଙ୍କଜିନୀ ପଣ୍ଡା,ଜୟରାମ ମିଶ୍ର, ଗୋପଭୂଷଣ ନାଥ, ଅଶୋକ
କୁମାର ମିଶ୍ର, ପୀତବାସ ପଣ୍ଡା, ଦୁର୍ଗାପ୍ରସନ୍ନ ଛୁରିଆ, ସଂଗ୍ରାମ ବହିଦାର ଓ ଦୁଳାଲ କୁମାର ନାଥ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ । ସେହିପରି କମିଟି ତରଫରୁ ଘର କୁ ଘର ତ୍ରିରଙ୍ଗା ବଂଟନ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ବିଷ୍ଣୁମଣ୍ଡା ଗ୍ରାମରେ ଥିବା ବିଶ୍ୱରଂଜନ ତ୍ରିପାଠୀଙ୍କୁ ପ୍ରଥମେ କମିଟିର ବରିଷ୍ଠ ସଭ୍ୟ ଗୋପ ଭୂଷଣ ନାଥଙ୍କ ଦ୍ୱାରା ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା । ପରେ ପରେ ଗ୍ରାମରେ ବିଭିନ୍ନ ବ୍ୟକ୍ତିଙ୍କୁ ତ୍ରିରଙ୍ଗା ପତାକା ବଂଟନ କରାଯାଇଥିଲା ।