-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
09-Aug-2022
ବଲାଙ୍ଗୀର,୮।୮-ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ଆଜି ସପ୍ତମ ପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି ।କଲେଜର ପରିଚାଳନାକମିଟି ସଭାପତି ବାଳଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଶିଷ୍ଟ ଐତିହାସିକ, ଲିପିତତ୍ୱବିଦ , ଗବେଷକ ସ୍ବର୍ଗତ ସଦାନନ୍ଦ ଅଗ୍ରୱାଲଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିବା ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ଦ୍ଵାରା ରଚିତ ପୁସ୍ତକ 'ପୁରୁଣା ପତର କାନ୍ୟକୁବଜ୍ -ସରଯୁପାରଣୀ' ଐତିହାସିକ ତଥ୍ୟ ଅନୁଯାୟୀ ରାଜପାଲିଗ୍ରାମକୁ ରାଜାଙ୍କଠାରୁ ପୁରସ୍କାରପ୍ରାପ୍ତ ହୋଇ ଗୋବିନ୍ଦ ପଣ୍ଡା ସ୍ଥାପନ କରିଥିଲେ । ସେହି ଜମି ଉପରେ କଲେଜ ପ୍ରତିଷ୍ଠା ହୋଇଥିବାରୁ ତାଙ୍କ ସ୍ମୃତିୁଦ୍ଦେଶ୍ୟରେ କଲେଜ କେମ୍ପସର ନାମ କରଣ 'ଗୋବିନ୍ଦ ବିହାର' ରଖାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କମ୍ପ, ସରପଞ୍ଚ ପାଇକବାହଲ ଗଣନାଥ ସାହୁ , ସବ୍ୟସାଚୀ ଦଣ୍ଡସେନା , ସରପଞ୍ଚଙ୍କ ପ୍ରତିନିଧି ମେଣ୍ଡା ଗ୍ରାମ ପଞ୍ଚାୟତ,ସଦା ପାତ୍ର , ସରପଞ୍ଚ ଜରାଜାରିଙ୍ଗ ଗ୍ରାମପଂଚାୟତ, ପ୍ରମୋଦ କୁମାର ଶତପଥୀ, ସରପଂଚ, ନାରାୟଣ ପୁର ଗ୍ରା:ପ , ଆନନ୍ଦ ଶତପଥୀ , ସୋନପୁର ପଂଚାୟତ ସମିତି ଅଧ୍ୟକ୍ଷଙ୍କ ପତିନିଧି , ଅଧ୍ୟକ୍ଷ ସଚ୍ଚିଦାନନ୍ଦ ରଥ କଲେଜ କମିଟି ସଦସ୍ୟ ଚୈତନ୍ୟ ବାରିକ,ସିଦ୍ଧାର୍ଥ ଅଗ୍ରୱାଲ , ମହାଦେବ ଜେନା, ହୃଷିକେଶ ପାତ୍ର, ପଦ୍ମନାଭ ମଲ୍ଲିକ, ରଞ୍ଜନ ଦଳବେହେରା , ରାମଶଙ୍କର ମହାପାତ୍ର , ଭାଗବତ ପଣ୍ଡା , ଆଧ୍ୟାପକ ମଧୁମଙ୍ଗଳ ଖମାରୀ, ପ୍ରିୟବ୍ରତ ମହାକୁର, ଅଧ୍ୟାପକ ବିକାଶ ଝାଙ୍କର ଆଧ୍ୟାପିକା ରୋଜି ମାହାନା, ସଞ୍ଜୀବ ପଣ୍ଡା , ମହେଶ୍ୱତା ହୋତା ଯୋଗ ଦେବାସହ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ । ଆଧ୍ୟାପକ ଉମାକାନ୍ତ ନାଗ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ଲାଇବ୍ରେରିଆନ ଧୀରେନ୍ଦ୍ର ଝାଂକର ଧନ୍ୟବାଦ ଅର୍ପଣ କରିଥିଲେ ।