-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର କ୍ରାନ୍ତି-ଜାଗୃତି ସମାରୋହ ଉଦ୍‌ଘାଟିତ ‘ଗଣତନ୍ତ୍ର, ସମ୍ବିଧାନ ସୁରକ୍ଷା ସମୟର ଆହ୍ୱାନ’  -ଆଟଗାଁ ଧରମସିଂ ମାନ୍ଧାତାଙ୍କ ପୀଠରୁ ଆରମ୍ଭ ହେଲା ବାଇକ୍ ରାଲି । 

09-Aug-2022



ବଲାଙ୍ଗୀର, ୫୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗୀର କ୍ରାନ୍ତି-ଜାଗୃତି ସମାରୋହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଆୟୋଜକ କମିଟି ସଭାପତି ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ବରେଣ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ, ଉପଦେଷ୍ଟା ପ୍ରଫେସର ଡ. ମଧୁସୂଦନ ପତି, ଶିକ୍ଷାବିତ ପ୍ରାଣବନ୍ଧୁ ନାୟକ, ସମାଜସେବୀ ବିକ୍ରମାନନ୍ଦ ବହିଦାର, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଗରିକ କମିଟି ସଭାପତି ଇଂ ବେଲାର ସିଂ ଭୋଇ, ଶୋଭାଯାତ୍ରା  କମିଟି ମୁଖ୍ୟ ଗୋପାଲଜୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ପ୍ରଫେସର ମଧୁସୂଦନ ପତି ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ କ୍ରାନ୍ତି ଦିବସର ବାର୍ତ୍ତା ସମ୍ପର୍କରେ କହି କେବଳ ବାହ୍ୟ ପରିବର୍ତ୍ତନ କ୍ରାନ୍ତି ନୁହେଁ ବ୍ୟକ୍ତି ଓ ସମାଜ ଅନ୍ତରରୁ, ଚେତନତାଗତ ସ୍ତରରୁ ଶୁଦ୍ଧପୂତ ହେବା, ଉତ୍ସର୍ଗୀକୃତ ହେବା ହିଁ କ୍ରାନ୍ତି ବୋଲି କହିଥିଲେ । ସ୍ୱାଧୀନତା ପୂର୍ବରୁ ଥିବା

ପରସ୍ପର ପ୍ରତି ବିଶ୍ୱାସ, ପ୍ରତ୍ୟୟ ଏବଂ ଆସ୍ଥା ଟିକକ ପୁଣି ଥରେ ଫେରାଇ ଆଣିପାରିଲେ ପ୍ରକୃତରେ କ୍ରାନ୍ତି ଓ ଜାଗୃତି ସଫଳ ହେଲା କହିପାରିବା ବୋଲି ସେ କହିଥିଲେ । ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ୧୯୩୭ ମସିହାରେ କଟକ ରେଭେନ୍ସା କଲେଜରେ ଯାହାଙ୍କ ନେତୃତ୍ୱରେ ତ୍ରିରଙ୍ଗା ପତାକା ଉଡାଯାଇଥିଲା ସେ ବଲାଙ୍ଗୀର ମାଟିର ସୁପୁତ୍ର ଥିଲେ । ତାଙ୍କୁ ସେତେବେଳେ ବ୍ୟାଡ କଣ୍ଡକ୍ଟ ସାର୍ଟିଫିକେଟ୍ ଦିଆଯାଇଥିଲା । ଆଟଗାଁ ଜମିଦାର ଧରମ ସିଂ ମାନ୍ଧତା ଓ ବଙ୍ଗୋମୁଣ୍ଡା ଅଞ୍ଚଳର ସଂଗ୍ରାମୀ ମୋହନ ମାଝିଙ୍କ ଲଢ଼େଇ, ୧୯୩୮ ମସିହାର କୃଷକ ସମାବେଶ ଭଳି ଅନେକ ଘଟଣା ବଲାଙ୍ଗୀର ମାଟିରେ ବୀରତ୍ୱର ଗାଥା ବହନ କରୁଛି । ଏସମ୍ପର୍କରେ ଯେଉଁ ପୁସ୍ତକ ପ୍ରକାଶନ ଉଦ୍ୟମ କରାଯାଇଛି ତାକୁ ସାଧୁବାଦ ଜଣାଇଥିଲେ । ଆଜିର ପରିସ୍ଥିତିରେ ସ୍ୱାଧୀନତା, ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ସବୁଠୁ ଅଧିକ ଜରୁରୀ ହୋଇପଡିଛି ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କ କ୍ରାନ୍ତି ଦିବସ ବାର୍ତ୍ତା, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସମ୍ପର୍କରେ କହି ବଲାଙ୍ଗୀରର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷାବିତ୍ ନାୟକ ତାଙ୍କ ବକ୍ତବ୍ୟରେ ନିଜେ ଉଦ୍‌ବୁଦ୍ଧ ନହେଲେ କ୍ରାନ୍ତି-ଜାଗୃତି ସମ୍ଭବ ନୁହେଁ ବୋଲି କହିଥିଲେ । ଅନ୍ୟତମ ଅତିଥି ଡ. ଘାସିରାମ ମିଶ୍ର ବଲାଙ୍ଗୀର ଜିଲାର ପୂର୍ବସୂରୀଙ୍କ ତ୍ୟାଗକୁ ସ୍ମରଣ କଲେ ଅଦମ୍ୟ ଉତ୍ସାହ ଓ ପ୍ରେରଣା ମିଳିବ ବୋଲି କହିଥିଲେ । ଅନ୍ୟ ଅତିଥି ଇଂ ଭୋଇ ଓ ଶ୍ରୀ ପାଣିଗ୍ରାହୀ କ୍ରାନ୍ତି-ଜାଗୃତି ସମାରୋହ ପାଳନ ଉପରେ କହିଥିଲେ । ସଭାରେ ଶୋଭାଯାତ୍ରା କମିଟିର ମୁକେଶ ବହିଦାର ଓ ସୋମନାଥ ମିଶ୍ର ବକ୍ତବ୍ୟ ରଖିଥିଲେ । ବିଧାୟକ ମିଶ୍ର ଆଟଗାଁରୁ ଆସିଥିବା ଶୋଭାଯାତ୍ରାକୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ସଭାକୁ କମିଟି ସମ୍ପାଦକ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ସକାଳ ୮ଟାରୁ ଆଟଗାଁ ଜମିଦାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାନ୍ଧତାଙ୍କ ଦେବୀ

ପୀଠରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା ପରେ ବିଧାୟକ ଶ୍ରୀ ମିଶ୍ର ଶୋଭାଯାତ୍ରା ଟିମ୍‌କୁ ମଶାଲ ଅର୍ପଣ କରି ସମାରୋହକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ଗୋପାଲଜୀ ପାଣିଗ୍ରାହୀ, ସୋମନାଥ ମିଶ୍ର ଓ ମୁକେଶ ବହିଦାରଙ୍କ ନେତୃତ୍ୱରେ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ବାଇକ୍ ଶୋଭାଯାତ୍ରା ଆଟଗାଁ ପରିକ୍ରମା କରିବା ପରେ ବଲାଙ୍ଗୀର ସହର ଅଭିମୁଖେ ବାହାରିଥିଲା । ରେଲୱେ ଫାଟକ ନିକଟରେ ବଲାଙ୍ଗୀର ନାଗରିକ କମିଟି ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଶୋଭାଯାତ୍ରା ଦଳ ବଲାଙ୍ଗୀର ସହର ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ପ୍ରତାପ ଚନ୍ଦ୍ର ରଥ, ଡ. ଅଭିମନ୍ୟୁ ମିଶ୍ର, ଆହ୍ଳାଦ ପୂଜାରୀ, ମନୋରଞ୍ଜନ ସାହୁ, ଜୟରାମ ମିଶ୍ର, ଲୋକନାଥ କୁମରା, ଘାସିରାମ ବେହେରା, ରାମଶଙ୍କର ଶତପଥି, ତୋଫାନ୍ ନାଏକ, କାଳିନ୍ଦୀ ମାଝି, ପ୍ରଶାନ୍ତ ସ୍ୱାଇଁ, ଗୋପଭୂଷଣ ନାଥ, ପଙ୍କଜିନୀ ପଣ୍ଡା, ଅଶୋକ ମିଶ୍ର, ସଂଗ୍ରାମ ବହିଦାର, ବୁଲୁ ଦାନୀ, ସୁରୁଲାଲ ମଟାରୀ, ଶୁଭ୍ରାଂଶୁ ପଣ୍ଡା, ଜୁଲୁ ପଟ୍ଟନାୟକ, ଅସିତ ମିଶ୍ର, ଦେବଦତ୍ତ ବେହେରା, ଜୟନାରାୟଣ ବହିଦାର, ବିନୋଦ କାଲସାଏ, ଅଙ୍କୁଶ ପାଣ୍ଡିଆ, ରଞ୍ଜିତ ମିଶ୍ର, ରିଲୁ ରଥ, ଚିତ୍ତରଞ୍ଜନ ଦାଶ, ଅଖିଳ ଚନ୍ଦ୍ର ହୋତା, ଧର୍ମେନ୍ଦ୍ର ନନ୍ଦ, ଯୁଧିଷ୍ଠିର ମେହେରଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026

You Might Also Like