-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
08-Aug-2022
ବରଗଡ଼:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପେଟୁପାଲି ବିଜୁ ଏକ୍ସପ୍ରେସ ୱେ ରେ ଏକ ଅଜଣା ଗାଡି ଧକ୍କାରେ ପାଖାପାଖି ରାତ୍ରି ୮ଟା ସମୟରେ ଗୋଟିଏ ଗାଈ ର ଦେହାନ୍ତ ହୋଇଯାଇଛି। ହିନ୍ଦୁଧର୍ମ ରେ ଗାଈ କୁ ଗୋ ମାତା ରୂପରେ ପୂଜା କରନ୍ତି ।କିନ୍ତୁ କୌଣସି ବ୍ୟକ୍ତି ମୃତ ଗାଈର ଶବ କୁ ଛୁଇଁ ନ ଥିବାବେଳେ ବଜରଙ୍ଗ ଦଳ ଖବର ପାଇ
ଘଟଣାସ୍ଥଳ ପହଞ୍ଚିଥିଲେ । ସେହିପରି କଂସର ଗ୍ରାମ ପଞ୍ଚାୟତ ସରପଞ୍ଚ ଆନନ୍ଦ କୁମାର ବେହେରା ଜଣେ ରୋଗୀ ଙ୍କୁ ବୁର୍ଲା ମେଡିକାଲ ରୁ ଭର୍ତ୍ତିକରି ଫେରୁଥିବା ସମୟରେ ଘଟଣା ସ୍ଥଳ ଭିଡ଼ ଦେଖି ଓହ୍ଲାଇଥିଲେ ।
ବଜରଙ୍ଗ ଦଳ ଏବଂ ଶ୍ରୀମାନ ବେହେରା ଙ୍କ ମିଳିତ ଉଦ୍ୟମ ରେ ଗାଈର ଶବ କୁ ଟ୍ରାକ୍ଟର ରେ ବୋଝେଇ ନେଇ ପୋତି ଦେଇଥିଲେ । ସମସ୍ତ ଗାଈ ଗୋରୁ ମାନଙ୍କୁ ବାନ୍ଧି ରଖନ୍ତୁ ନଚେତ ଗାଈ ର ଲାଳନ ପାଳନ ତଥା ସେବା ଯତ୍ନ କରିବାରେ ଯଦି ଅସମର୍ଥ ତେବେ ଗୋଶାଳାମାନଙ୍କରେ ନେଇ ଛାଡି ଆସନ୍ତୁ ବୋଲି ବଜରଙ୍ଗ ଦଳ ପକ୍ଷରୁ ସମସ୍ତଙ୍କୁ ଚେତାବନୀ ଦିଆଯାଇଛି । ବଜରଙ୍ଗ ଦଳ ର ଏଭଳି ସୁନ୍ଦର ପ୍ରୟାସ କୁ ଦେଖି ଉପସ୍ଥିତ ଥିବା ବଜରଙ୍ଗ ଦଳର ସଦସ୍ୟ ମାନଙ୍କୁ ଶ୍ରୀଯୁକ୍ତ ବେହେରା ଧନ୍ୟବାଦ ଅର୍ପଣ କରିଛନ୍ତି।