-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
08-Aug-2022
ନବରଙ୍ଗପୁର (ପ୍ରେରଣା ଖବର ବ୍ୟୁରୋ) ଆଜି ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡ଼ା ବ୍ଲକର ଚିର୍ମା ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ଵାରା ନିର୍ମାଣାଧୀନ ବ୍ରିଜ ରେ କାର୍ଯ୍ୟରତ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ଜନିତ ବର୍ଷା ପାଣି ଘେର ମଧ୍ୟରେ ରହି ଯାଇଥିଲେ।
ଏହି ଖବର ପାଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତୁରନ୍ତ ନବରଙ୍ଗପୁର ଏବଂ କୋଷାଗୁମୁଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଏବଂ ତତକ୍ଷଣାତ ଅଗ୍ନିଶମ ବାହିନୀ ଏହି ବାର
ଜଣ ଶ୍ରମିକଙ୍କୁ ପାଣି ଘେରରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ନବରଙ୍ଗପୁର ଅଗ୍ନିଶମ ବିଭାଗ ର ମୋହନ ବେହେରା, ବିକାଶ ମାଝୀ, ମିଥୁନ ନାହାକ , ସାରଥି ପଟେଲ, ଗିରିଧର ଗଉଡ କୋଷାଗୁମୁଡ଼ା ଅଗ୍ନିଶମ ବିଭାଗ ର ଜଗଦୀଶ ମାଝୀ, ରୁଷିମନି ଧାରୁଆ, ଗଙ୍ଗା ରାଜୁ କାର୍ତ୍ତୃକା,ଉମାକାନ୍ତ ବାଘ ପ୍ରମୁଖ ସାମିଲ ଥିଲେ।