-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
07-Aug-2022
ବଲାଙ୍ଗିର (ପ୍ରେରଣା ଖବର) :ଆଜି ବଲାଙ୍ଗୀର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କ ସଭାପତିତ୍ବରେ ସଭା କାର୍ଯ ଅନୁଷ୍ଠିତ ହୋଇଥିଲା l ସଭା କାର୍ଯ୍ୟରେ ଟ୍ରେଡ ୟୁନିଅନ ର ସଭାପତି ନାର୍ତୁ ଗୋପାଳ ପାତ୍ର ଏବଂ ସମାଜସେବୀ ସତ୍ୟ ନାରାୟଣ ଭୋଇ ଉପସ୍ଥିତ ଥିଲେ l ଏହି ସଭାରେ ବିଭିନ୍ନ ଜିଲ୍ଲାରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ସବୁ ବର୍ଗର କର୍ମଚାରୀ ଉପସ୍ଥିତ ଥିଲେ l ଉକ୍ତ ସଭାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l