-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଶ୍ରାବଣ ମାସ ଶେଷ ସୋମବାରରେ ବୋଲ ବମ ଭକ୍ତ ଓ ସାଧାରଣ ଭକ୍ତ ଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସୁବର୍ଣ୍ଣପୁର ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ଠାରେ ସଫେଇ ଅଭିଯାନ କରାଯାଇଥିଲା l ସଂଗଠନ ର ଉପଦେଷ୍ଟା ରାମ ଚନ୍ଦ୍ର ଆଗ୍ରୱାଲାଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ତ୍ରିପାଠୀ, ଲଡ଼ୁକିଶୋର ମଲ୍ଲିକ, ପ୍ରମୋଦ କୁମାର ସାହୁ, ତ୍ରିଲୋଚନ
ତରିଆ, ସିମାଞ୍ଚଳ ହୋତା ଶୁଭାରମ୍ଭ କରିଥିବା ବେଳେ ବରିଷ୍ଠ ସଭ୍ୟ ତରଣୀ ମେହେର, ଡା, ସରୋଜ ପଟେଲ, ସୁଶାନ୍ତ ସାହୁ, ପ୍ରତାପ ଦାଶ, ମନୋଜ ପଣ୍ଡା କାର୍ଯ୍ୟକ୍ରମର ମଧ୍ୟ ଭାଗରେ ଓ
ଚୌଧୀରି ବିଭାର ଶେଷ ଭଗରେ ସାମିଲ ହୋଇଥିଲେ l ପୌର କର୍ମଚାରୀ ମାନେ ମଧ୍ୟ ଶେଷ ଭାଗରେ ସାମିଲ ହୋଇ ଏହି ଟିମ ର ତତ୍ତ୍ୱl ବଧାନ ରେ ମନ୍ଦିର ଭିତର ଓ ଚାରି ପାଖର ବଡ଼ ବଡ଼ ଅଳିଆ ଗଦାକୁ ଟ୍ରାକ୍ଟର ଯୋଗେ ସଫା କରିଥିଲେ l ଆସନ୍ତା ପୁର୍ଣିମା ପୂର୍ବଦିନ ମନମୁଣ୍ଡା ଶୈବ ପୀଠ ରେ ସଫେଇ ଅଭିଯାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି l