-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
07-Aug-2022
ବଲାଙ୍ଗୀର, ଆଜି ସାରା ଦେଶରେ ଡାକ ବିଭାଗ ପକ୍ଷରୁ ପ୍ରଭାତ ଫେରୀ ଓ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆବସରରେ ଆଜି ସକାଳେ ବଲାଙ୍ଗୀର ସ୍ଥାନୀୟ ମୁଖ୍ୟଡାକଘର ପରିସରରେ ଆଜାଦି କି ଅମୃତ ମହୋତ୍ସବ ଓ ପ୍ରଭାତ ଫେରି ମହା ସମାରୋହରେ ପାଳିତ ହୋଇଯାଇଛି । ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଡାକ ଘର କର୍ମଚାରୀ ମାନେ ସମସ୍ତଙ୍କୁ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଅନୁରୋଧ କରିବା ସହ ଜାତୀୟ ପତାକା ବଂଟନ କରିଥିଲେ । ବଲାଙ୍ଗୀର ଜିଲ୍ଲା ପୋଷ୍ଟାଲ ଡିଭିଜନ ସୁପରିଣ୍ଟିଡେଣ୍ଟଆଦିତ୍ୟ ପଟ୍ଟନାୟକଙ୍କ ଆବାହକତ୍ୱରେ ଆନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଡାକଘରର ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ପାଳନ କରାଯିବ ବୋଲି ଜଣାପଡିଛି ।