-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
06-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବିଭୀଷଣ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଡ଼. ମୁକେଶ
ମହାଲିଙ୍ଗ ଯୋଗଦେଇ ହାଇସ୍କୁଲକୁ ଯୋଗାଇଥିବା ଡେସ୍କ ଓ ବେଞ୍ଚର ଶୁଭ ଉଦଘାଟନ କରିଥିଲେ l ଏହାସହ ଲୋଇସିଂହା ମହାବିଦ୍ୟାଳୟ + ୨ ବିଜ୍ଞାନରେ ଟପ୍ପର ହୋଇଥିବା ନିତା ବେହେରା, ପିତା ଫଗନୁ ବେହେରାକୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପୁରସ୍କୃତ କଲେ l ନୀତା ଗରିବ ପରିବାରର ଝିଅ ହୋଇଥିବାରୁ ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ ଏଣୁ ବିଧାୟକ ନିତାର ଉଚ୍ଚଶିକ୍ଷା ଲାଗି ଆବଶ୍ୟକ ଆର୍ଥିକ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି l ସମ୍ମାନିତ ଅତିଥିଭାବେ କାନ୍ଦାଜୁରୀ ସରପଞ୍ଚ ଜାମିନୀ ମହାନନ୍ଦ ଉପସ୍ଥିତ ଥିବାବେଳେ ପଂଚାୟତର ଅନ୍ୟାନ୍ୟ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l