-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
06-Aug-2022
ବଲାଙ୍ଗୀର ଜିଲ୍ଲା ଅଲଣ୍ଡା ପଞ୍ଚାୟତର ପୁତୁଳାତଳେଇ ଗ୍ରାମର ପଙ୍କଜ ଅଦା ଓ ସ୍ତ୍ରୀ ପୁଷ୍ପାଞ୍ଜଳୀ ଅଦାଙ୍କୁ ଦିର୍ଘ ୯ ବର୍ଷ ଅପେକ୍ଷା ପରେ ଏକ ଶିଶୁ ସନ୍ତାନ ଜନ୍ମ ହୋଇଛି । ତେବେ ଅସ୍ତ୍ରୋପଚାର ହୋଇ ଶିଶୁ ସନ୍ତାନର ଜନ୍ମ ହୋଇଥିବା ଯୋଗୁଁ ମାଁ ପୁଷ୍ପାଞ୍ଜଳୀ ଙ୍କୁ ଶିଘ୍ର ରକ୍ତ ଦରକାର ପଡୁଥିବା ଚିକିତ୍ସା କରୁଥିବା ଡକ୍ଟର ପୁଷ୍ପାଞ୍ଜଳୀ ଙ୍କ ସ୍ବାମୀଙ୍କୁ କହିଥିଲେ । ତେବେ ବି ପଜିଟିଭ ରକ୍ତ ତୁରନ୍ତ ଦରକାର ଥିବା ବେଳେ ସ୍ବାମୀ ପଙ୍କଜ ତଥା ଉପସ୍ଥିତ ଥିବା ପରିବାର ର କିଛି ସଦସ୍ଯଙ୍କ ରକ୍ତ ମେଳ ଖାଉନଥିବାରୁ ପରିବାର ବର୍ଗ ବିଭିନ୍ନ ଆଶଙ୍କା ରେ ଥାଇ ସିନ୍ଧେକେଲା ସମ୍ବାଦ ପ୍ରତିନିଧିଙ୍କୁ ଯୋଗାଯୋଗ କରି ଅବସ୍ଥା ବିଷୟରେ ଅବଗତ କରିବାସହ ତୁରନ୍ତ ସାହାଯ୍ଯ କରିବା ପାଇଁ ନିବେଦନ କରିଥିଲେ। ତେବେ ଆମ ପ୍ରତିନିଧିଙ୍କ ଠାରୁ ଖବରପାଇ ମାଁ ଓ ଶିଶୁକୁ ଏକ ନୁଆ ଜିବନ ଦେବାପାଇଁ ଯୁବନେତା ଯୁବରାଜ ବାଗ ଟିଟିଲାଗଡ ବ୍ଲଡ ବ୍ୟାଙ୍କ କୁ ପହଞ୍ଚି ରକ୍ତଦାନ କରି ଉଭୟ ମାଁ ଓ ନବଜାତ ଶିଶୁ କୁ ନୁଆଁ ଜିବନ ଦେବାରେ ସହାୟକ ହୋଇଥିବାରୁ ଅଞ୍ଚଳରେ ପୁଣି ଚର୍ଚ୍ଚା କେତେବେଳେ ବୃଦ୍ଧବୃଦ୍ଧାଙ୍କ ଭତ୍ତା ହେଉ ଅବା ଗରିବ ଲୋକଙ୍କ ପଡିକାର୍ଡ ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଶାସନିକ କଳର ଦୃଷ୍ଟି ଆକର୍ଷଣ କରି ଲୋକଙ୍କୁ ସାହାଯ୍ଯ କରି ଚର୍ଚ୍ଚାରେ ରହିଥିବା ବେଳେ ଏଥର ପୁଣି ରକ୍ତ ଦାନ କରି ଚର୍ଚ୍ଚାରେ ।