-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍ ପୋର୍ଟାଲ୍‌ର ଦ୍ୱିିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ :  ନାରୀ ଶକ୍ତି ହିଁ ସକଳ ସମୃଦ୍ଧିର ଆଧାର ବୋଲି ମତଦେଲେ ଅତିଥିମାନେ

05-Aug-2022



ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍ ପୋର୍ଟାଲ୍‌ର ଦ୍ୱିିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନାରୀ ଶକ୍ତି ହିଁ ସକଳ ସମୃଦ୍ଧିର ଆଧାର ବୋଲି ମତ ଦେଇଛନ୍ତି ଅତିଥିମାନେ । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରେଣ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସବିତା ନନ୍ଦ ଓ ବରେଣ୍ୟ ବକ୍ତା ଭାବେ କଂଟାବାଂଜି କେବି ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ମଂସାଚୀନ ଥିଲେ । ସୋହେଲା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଜୟଶ୍ରୀ ସାହୁ ମୁଖ୍ୟବକ୍ତା ଆସନ ଗ୍ରହଣ କରିଥିଲେ । ସଂପୃକ୍ତ ନ୍ୟୁଜ୍ ପୋର୍ଟାଲ୍‌ର ଦ୍ୱିତୀୟ ବାର୍ଷିକୋତ୍ସବ ପାଳନ ଅବସରରେ ‘ନାରୀ ଶକ୍ତି ଓ ସମୃଦ୍ଧି’ ସଂପର୍କରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଆଲୋଚନାର ପ୍ରାରମ୍ଭରେ ନାରୀଶକ୍ତି ଫାଉଣ୍ଡେସନ୍‌ର ସାଧାରଣ ସଂପାଦିକା ନୂତନ ଦାସ, ଜେସିଆଇର ସଭ୍ୟା ପ୍ରିୟଙ୍କା ଶର୍ମା ଏବଂ ସଂପୂର୍ଣ୍ଣା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମି ପାତ୍ର ବିଷୟବସ୍ତୁ ସଂପର୍କରେ ସ୍ୱକୀୟ ମତ ପ୍ରଦାନ କରିଥିଲେ । ଏହି ଅବସରରେ ‘କୋଶଳ ପ୍ରବାହ’ର ‘ବେଷ୍ଟ ରିପୋର୍ଟର ଅଫ୍ ଦ ଇଅର୍‌-୨୦୨୨’ ପ୍ରଦାନ କରାଯାଇଥିବା ବେଳେ ବ୍ରହ୍ମପୁର ସାମ୍ବାଦିକ ସତ୍ୟନାରାୟଣ ରେଡ୍ଡୀ ଓ ଦେଓଗାଁ ସାମ୍ବାଦିକ ମନୀଷ କୁମାର ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବଲାଙ୍ଗିର ପୌର ପରିଷଦର ୧୭ ନଂ. ୱାର୍ଡ କାଉନ୍‌ସିଲର୍ ପ୍ରତିମା ଛତ୍ରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହୋଟେଲ ସାଇ ପେଲେସ୍ ଓ ମହାବୀର କଲେଜକୁ ସହଯୋଗୀ ସମ୍ମାନ ପ୍ରଦାନ କରାଯାଇଥିଲା । ବଲାଙ୍ଗିର ସହରର ବିଭିନ୍ନ କଲେଜରେ +୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର

ରଖିଥିବା ଛାତ୍ରଛାତ୍ରୀ ଯୁବୋଦୟ କଲେଜର ପ୍ରବୀଣ କୁମାର ଭୋଇ ଓ ସୌରଭ ଦାଶ, ସିଏନ୍‌ସି କଲେଜ୍‌ର ଶିଖା ଗୁପ୍ତା ଓ ପ୍ରୀତିମୋହନ ସାହୁ, ଜେଆଇଟିଏମ୍ କଲେଜର ପ୍ରିୟରଂଜନ ନାଏକ ଓ ନିକିତା ପଧାନ, କେନ୍ଦ୍ରୀୟ ବିଦ୍ୟାଳୟ-୨ର ପ୍ରଭୁକିଙ୍କର ମିଶ୍ର, ଜେଏସ୍‌ଏମ୍ କଲେଜର ରୂପେଶ ଖମାରୀ, ଓଏଭି ପଥରଚେପାର ପ୍ରୀତିମୟୀ ସାହୁ, ଏସ୍‌ଏସ୍‌ଭିଜିଏମ୍ କଦମପଡ଼ାର ନିକିତା ଭୋଇ, ରାଜେନ୍ଦ୍ର ମହାବିଦ୍ୟାଳୟର ସଂଗ୍ରାମ ବିଶ୍ୱାଲ ଓ ଆର୍ଯ୍ୟମାନ କର୍ତ୍ତୀ, ବାଲାଜୀ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ମୋହିତ କୁମାର ସାମଲ, ଗାୟତ୍ରୀ ମହାବିଦ୍ୟାଳୟର ଝରଣା ପୁରୋହିତ ଏବଂ ସରକାରୀ ମହିଳା ମହାବିଦ୍ୟାଳୟର ଅଙ୍କିତା ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା । ‘କୋଶଳ ପ୍ରବାହ’ର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ଲିଲି ପଟେଲ ମଂଚ ସଂଚାଳନ ଦାୟିତ୍ୱ ଗ୍ରହଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀମାନେ ଯୋଗ ଦେଇଥିବା ବେଳେ ଶମ୍ଭୁନାଥ ସାହୁ, ଶ୍ରାବଣୀ ବିଶ୍ୱାଳ, ନୀଳିମା ସାହୁ, ସୁମିତ କୁମାର ସାହୁ, କର୍ଣ୍ଣ ବାରିକ, ସୁୂରେନ୍ଦ୍ର କୁମାର ସାହୁ, ଗିରିଧାରି ନାଏକ, ଶରତ ଚନ୍ଦ୍ର ମିଶ୍ର, ସୌକିଲାଲ ସାହୁ ପ୍ରମୁଖ ବିଶେଷ ସହଯୋଗ ପ୍ରଦାନ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like