-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
05-Aug-2022
ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ର କୁନ୍ଦୁରୁ କୁଶଳ (କୁଞ୍ଜ) ଛକ ନିକଟ ରେ ଗତ କାଲି ସୋନପୁର ପୋଲିସ ବାହ୍ୟ ରାଜ୍ୟ ଛତିଶଗଡ଼କୁ ଗଂଜେଇ ଚୋରା ଚା ଲାଣ କରୁଥିବା ଏକ ରାକେଟ ଜଣେ ମହିଳା ଙ୍କ ସମେତ ତିନି ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି l ଏମାନଙ୍କ ପାଖରୁ ବାଇକ ସି ଜି ୧୩ ୟୁ ଏଚ୍ ୨୫୯୭ ଓ ଓଡି ୩୧ ସି ୫୬୯୩ ନମ୍ବର ଥିବା ୨ ଗୋଟି ବାଇକ, ୨୧ କେଜି ଗ୍ରାମ ଗଂଜେଇ, ଗୋଟାଏ ଦେଶୀ ପିସ୍ତଲ,୧ ରାଉଣ୍ଡ ଗୁଳି, ଓ ଗୋଟାଏ ମାଗାଜିନ ଉଦ୍ଧାର କରିଥିବା ବିଷୟ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କ ଉପସ୍ଥିତିରେ ସୋନପୁର ଥାନାରେ ହୋଇଥିବା ଏକ ପ୍ରେସମିଟରେ ସୂଚନା
ମିଳିଛି l ଏହି ରାକେଟ ରେ ମନମୁଣ୍ଡା ଅଞ୍ଚଳ ର ରାଧା ଚରଣ ମହାଲିଙ୍ଗ, ଓ ରାଧେଶ୍ୟାମ ପଧାନଙ୍କ ସମେତ ମୁଖ୍ୟ ଆସାମୀ ଦୁଇ ଜଣ ଛତିଶଗଡ଼ ଅଞ୍ଚଳ ର ଗାୟତ୍ରୀ ସିଦର, ଓ ସାହିଲ ସାହୁ ଏବଂ ଏମାନେ ଚାରି ଜଣ ମନମୁଣ୍ଡା ପଟୁ ସୋନପୁର ରାସ୍ତା ଦେଇ ଆସୁଥିବା ବିଷୟ ପୋଲିସ ଇନକ୍ୱାରୀ ଅଫିସର ସସ୍ମିତା ଭୁଟିଆଙ୍କ ଠାରୁ ପ୍ରକାଶ l ଆଜିର ଏଇ ପ୍ରେସ ମିଟ ରେ ଏସପି ଶ୍ରୀ ପଣ୍ଡାଙ୍କ ସମେତ ଏସ୍ଡ଼ିପିଓ ପୁଷ୍ପା ଞ୍ଜଳୀ ନିଙ୍ଗୀ ଓ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ l