-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)-ଗତ କାଲି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ସିଧିମୁଣ୍ଡା ଗାଁ ରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି । ଏହି ଗାଁ ର ବଳଦେବ ଭୁଏ ଓ ବିକ୍ରମ ଭୁଏ ଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ବିକ୍ରମଭୋଇ ର ପରିବାର ବଳଦେବକୁ ଭୁଜାଲିରେ ମରଣାନ୍ତକ ଅକ୍ରମଣ କରିଥିବା ଯୋଗୁଁ ବଳଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବଳଦେବଙ୍କୁ ପ୍ରଥମେ ଘସିଏନ ସିଏଚ୍ସି ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ଲରମ୍ଭା ପୋଲିସ ପ୍ରକୃତ ଅପରାଧୀଙ୍କୁ ଗିରଫ କରିବା ବଦଳରେ ୨ ଜଣ ନିର୍ଦ୍ଦୋଷୀଙ୍କୁ ଜେଳରେ ଭରିଛି ବୋଲି ବଳଦେବଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଗଣ୍ଡଗୋଳରେ ସଂପୃକ୍ତ ଥିବା ପ୍ରକୃତ ଦୋଷୀକୁ ତୁରନ୍ତ ଗିରଫ କରାଯିବା ଦାବିରେ ଆଜି ବଳଦେବଙ୍କ ପରିବାର ଲୋକେ ପରିବାର ଲୋକେ ବଲାଙ୍ଗୀର ଏସ୍ପି ନିତିନ କୁଶଲକରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ହତ୍ୟାକ।।ଣ୍ଡର ପ୍ରକୃତ ଦୋଷୀକୁ ଗିରଫ କରି ଆମକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ମୃତକଙ୍କ ପରିବାର ଲୋକେ ପୋଲିସ ଠାରେ ନିବେଦନ କରିଛନ୍ତି ।