-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶଭ ରଞ୍ଜନ ପତିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ରମେଶ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବିନିକା ସହରର ହୋଟେଲ ଓ ରେସଟୁରାଣ୍ଟ ମାନଙ୍କରେ
ଚଢ଼ାଉ କରି ୧୧ ଟି ହୋଟେଲରୁ ୫୬ କିଲୋର ବାସି ଖାଦ୍ୟ ସବୁ ଫିଙ୍ଗି ୧୪୮୦୦ ଟଙ୍କା ଜରିମାନା ଆଦାୟ କଲେ l ଜ଼ିଲ୍ଲା ରେ ଏବେ ସବୁଆଡେ ଡାଏରୀଆ ବ୍ୟାପୁଥିବାରୁ ଗ୍ରାହକଙ୍କୁ
ତଟକା ଖାଦ୍ୟ ଦେବା ସହିତ ଖାଦ୍ୟ ସବୁକୁ ପରିଷ୍କାର ପରିଛନ୍ନ ରଖିବାକୁ ଦୋକାନୀଙ୍କୁ ପରାମର୍ଶ କରିଥିଲେ l ଏହି ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀବନ୍ତ ଖଣ୍ଡଗିରି, ରାଜୀବ ପ୍ରଧାନ,ରାକେଶ ମାହାନା ବିନିକା ଥାନାର ପୋଲିସ ଅଧିକାରୀ ଆନନ୍ଦ ନାଏକ, ରଞ୍ଜୟ ନାଏକ, କନେଷ୍ଟବଲ ସୁଧୀର ପଧାନ ପ୍ରମୁଖ ସାମିଲ ଥିଲେ l