-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ପାଟଣାଗଡ଼(ସଚ୍ଚିଦାନନ୍ଦମହାର)-ମୁହୁରୀ କଳା ପରିଷଦ କୁତୁମୁଣ୍ଡା ଦ୍ବାରା ସାରା ଦେଶରେ ପାଳିତ ହେଉଥିବା ଆଜାଦି କା ଅମୂତ ମହୋତ୍ସବ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ହୀରାଧର କୁମ୍ଭାର ଯୋଗ ଦେଇ କହିଥିଲେ ଯେ, ଗଛ ହିଁ ଜୀବନ ଯଦି ପ୍ରଚୁର ମାତ୍ରାରେ ଗଛ ନ ରହିବ ଆମ ପରିବେଶ ଆଗକୁ ଆହୁରି ଦୂଷିତ ହେଇ ବିଭିନ୍ନ ରୋଗ ଆମପାଇଁ ମାଡି ଆସିବ । ତେଣୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗେଇ ଏକ ସୁନ୍ଦର ସବୁଜ ପରିବେଶ ସୃଷ୍ଟି କରିବା। ଗଛକୁ ନିଜ ଶିଶୁ ପରି ଲାଳନ ପାଲନ କରିଲେ, ଆମ ସମସ୍ତଙ୍କ ମହତ ହେବ। ପ୍ରକୃତରେ "ଗଛକୁ ଶିଶୁ ପରି ଯତ୍ନ ନେବା ଉଚିତ୍।ଏହି ଅବସରରେ ଅନୁଷ୍ଠାନର ଉପ ସଭାପତି ମୁରଲୀ ଶିକା ସମ୍ପାଦକ ଭେଲାରାମ କୁମ୍ଭାର ତଥା ଅନୁଷ୍ଠାନର କୋଷାଧ୍ୟକ୍ଷ କ୍ଷୁଧାଂଶୁ ଶେଖର କୁମ୍ଭାର ତଥା ଶିବା କୁମ୍ଭାର, ଭଜରାଜ ଖୁଟୁଲା , ସନମ ଧରୁଆ, ଡୁଲାମଣୀ ଚିରଗୁନ, ଆଙ୍କାକ୍ଷା ପ୍ରଭୃତି ଉପସ୍ଥିତ ଥିଲେ।