-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ବଲାଙ୍ଗିର, : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ବଲାଙ୍ଗିର ଜିଲ୍ଲା ପାଇଁ ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ପାଟଣା ମହାରାଜାଙ୍କ ହାଉସ୍ ହୋଲ୍ଡ଼୍ ଅଫିସ ପକ୍ଷରୁ କୁହାଯାଇଛି ଯେ, ଚିରା ଚରିତ ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣା ଷ୍ଟେଟ୍
ତଥା ମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଆସନ୍ତା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ
ତା୦୧/୦୯/୨୦୨୨ରିଖ ଗୁରୁବାର ବିଶୁଦ୍ଧ ତୁଳା ଲଗ୍ନେ ବୃଷ/ମିଥୁନ ନବାଂଶେ ମାହେନ୍ଦ୍ର ବେଳାରେ ଦିବା ଘ୧୦.୫୪ମି.ରୁ ଘ୧୧.୦୮ମି. ମଧ୍ୟେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ନବାନ୍ନ ବିଧି ଅନୁଷ୍ଠିତ ହେବ ।
(ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍)