-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ଠାରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେଛୋଦାଦର ଗ୍ରାମପଞ୍ଚାୟତ ର ଯୁବ ସରପଞ୍ଚ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ଯୋଗଦେଇ ବୃକ୍ଷ ହିଁ ଜୀବନ, ବୃକ୍ଷ ଯଦି ଆମେ ନ ଲଗାଇବା ତେବେ ଆମ ପରିବେଶ ଆହୁରି ଦୂଷିତ ହୋଇ ଆମେ ବିଭିନ୍ନ ରୋଗରେ ପୀଡିତ ହେବା ।ଆମେ ବିଶୁଦ୍ଧ ଅମ୍ଳଜାନ ପାଇପାରିବା ନାହିଁ।ତେଣୁ ଚାରା ରୋପଣ କଲେ ହେବନାହିଁ ତାକୁ ଛୁଆକୁ ଲାଳନପାଳନ କଲାଭଳି ତାର ଯତ୍ନ ନେବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାଇକମାଲ ବନପାଳ ଶ୍ରୀମାନ ଖେଳପ୍ରିୟ ସାହୁ ଯୋଗଦାନ କରି ବୃକ୍ଷ ରୋପଣ ସମ୍ପର୍କରେ ପିଲା ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ଦୀପ୍ତିମୟୀ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ସଭାକାର୍ଯ୍ୟ କୁ ସହକାରୀ ଶିକ୍ଷକ ଶ୍ରୀମାନ ତରୁଣ କୁମାର ଦାସ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର
ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର ନାଏକ ସଭାକାର୍ଯ୍ୟ ରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବନମହୋତ୍ସବ କାର୍ଯ୍ୟକ୍ରମ ର ଗୁରୁତ୍ଵ ବିଷୟରେ ବୁଝାଇଥିବା ବେଳେ ବିଦ୍ୟାଳୟ ର ଜୀବବିଜ୍ଞାନ ଅଧ୍ୟାପକ ଶ୍ରୀମାନ ଅବିନାଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏବଂ ଅତିଥି ବୃନ୍ଦ ସମ୍ମିଳିତ ଭାବରେ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କରିଥିଲେ।