-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Jul-2022
ବୌଦ୍ଧ(ଅକୃର ସାହୁ) ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ କ୍ରସ ର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସ ଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନିୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ ଆୱାର୍ଡ଼ ପୁରସ୍କାର ପ୍ରଦାନ କରାଯାଇଛି l କରୋନା ପାଇଁ ଦିଲ୍ଲୀରେ କାର୍ଯ୍ୟକ୍ରମ ବାତିଲ
ହେବାରୁ ଭାରତର ରାଷ୍ଟ୍ରପତିଙ୍କ ତରଫରୁ ଓଡିଶା ର ମହାମହିମ ରାଜ୍ୟପାଳ ଗଣେଶଜୀ ଲାଲ ଏକ ସ୍ୱତନ୍ତ୍ର ଉତ୍ସବ ରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି l ଦୀର୍ଘ ୨୦ ବର୍ଷ ଧରି ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ଭାରତର ୬ଜଣଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଏହି ସାମ୍ମନ ପାଇଛନ୍ତି l ସେ କରୋନା ସମୟରେ ନିଜ ଗାଡି ରେ କୋରନl ରଥ ବାହାର
କରି ବହୁ ଲୋକଙ୍କର ଜୀବନ ରକ୍ଷ l କରି ଥିଲେ l ସେ ମଧ୍ୟ ନିଜେ ୧୦୦ ରୁ ଉର୍ଦ୍ଧ ରକ୍ତଦାନ କରି ଅନେକଙ୍କର ଜୀବନ ବଂଚେଇଛନ୍ତି l ରେଡକ୍ରସର ଆଜୀବନ ସଦସ୍ୟ ଭାବରେ ଏହି ଜାତୀୟ ସ୍ତରର ପୁରସ୍କାର ପାଇ ଥିବାରୁ ଜିଲ୍ଲା ଏବଂ ରାଜ୍ୟର ସ୍ବେଛାସେବୀ ମହଲରେ ଆନନ୍ଦ ଖେଳି ଯାଇଛି l ସେଥିପାଇଁ ରାଜ୍ୟ ରେଡ କ୍ରସ ର ସଚିବ ସି ଟି ମ୍ ସୁଗୁଣା ଜିଲ୍ଲା ପାଲ ବୌଦ୍ଧ, ଉପଜିଲ୍ଲାପାଳ ଇତ୍ୟାଦି ଅନେକ ଶୁଭେସ୍ଛା ଜ୍ଞାପନ କରିଛନ୍ତି l