-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Jul-2022
ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ପରିସର ରେ ଭୀମ ରାଓ ହେଲଥ କେୟାର ଅଣ୍ଡ।ଲ୍ ଦର୍ହ ଓ ରକ୍ତ ଭଣ୍ଡାର କଣ୍ଟାବାଞ୍ଜିର ସହଯୋଗରେ ହେଲ୍ଥ କେୟାର ର ସଭାପତି ବଳରାମ ମହାନନ୍ଦଙ୍କ ତତ୍ତ୍ଵାବଧନରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁରିବାହାଲ ଭାରପ୍ରପ୍ତ ବି ଡି ଓ ଘେନୁରାମ୍ ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମନିତ୍ ଅତିଥି ଭାବରେ ମୂରିବହାଳ ବ୍ଲକ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମହେଶ ପୁଟେଲ ଓ ବଡ଼ ସାଇମରା ସରପଞ୍ଚ ସୁକମନି ପୁଟେଳ ଶିବିର ରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଏକ ମହତ ଦାନ ବୋଲି କହିଥିଲେ। ଏହି ଶିବିରରେ ୧୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ଭୀମ ରାଓ ହେଲ୍ଥ କେୟାର ଅନୁଷ୍ଠାନର ସଦସ୍ୟ ମିଥୁନ ତାଣ୍ଡି, ଦୋଳ।ମନି ବାଗ, ଗୋବିନ୍ଦ ମହାନନ୍ଦ, ମୁକେଶ, ବୈଷ୍ଣବ ମହାନନ୍ଦ, ଗୋପୀନାଥ ବାଗ ବେକୁଣ୍ଠ କୁଅଁର, ଗୁପ୍ତେଶ୍ୱର, ପ୍ୟାରିଲାଲ, ଜୟ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।