-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Jul-2022
ବଲାଙ୍ଗୀର(ପ୍ରେରଣା ଖବର) ଗତକାଲି ଅପରାହ୍ନ ୪ ଘଟିକା ରେ ବଲାଙ୍ଗୀର ଟାଉନ ସରକାରୀ ବାଳିକା ହାଇସ୍କୁଲ ଠାରେ ୫- T ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜ଼ିଲ୍ଲା ଶିକ୍ଷା ଧିକାରୀ ଧ୍ରୁବ ଚରଣ ବେହେରା ମୁଖ୍ୟ ଅତିଥି, ଓ ସମ୍ମାନିତ ଅତିଥି ଭାବେ ବିଇଓ ରାଘବ ପାଣିଗ୍ରାହୀ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ୫-T ର ଶିକ୍ଷା ସଂସ୍କାର ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖି ଏହାର କାର୍ଯ୍ୟକାରିତା ଓ ସଫଳତା ଉପରେ ବିଭିନ୍ନ ପରାମର୍ଶ କରିଥିଲେ l ଟାଉନ ବାଳିକା ହାଇସ୍କୁଲ, ମନୋହର ପୁର ପୋଲିସ ହାଇସ୍କୁଲ ଓ ଟାଉନ ହାଇସ୍କୁଲ ତିନୋଟି 5T ସ୍କୁଲ କୁ ନେଇ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମିଶ୍ର ସଭା ସଂଯୋଜନା କରିଥିବା ବେଳେ ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ମିଶ୍ର, ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କୁମଦିନି ମିଶ୍ର, ପୌର ପରିଷଦ କାଉନସିଲର ହରିଶଙ୍କର ଛତ୍ରିଆ, ଗୋପବନ୍ଧୁ ଚାନ୍ଦ, ଶତ୍ରୁଘ୍ନ ବାଘ, ସ୍କୁଲ ମେନେଜିଙ୍ଗ କମିଟି ଓ ଆଲୁମିନିଓ ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ ଯୋଗ ଦେଇ ବିଭିନ୍ନ ମତ ରଖିଥିଲେ l ଖେଳ ଶିକ୍ଷୟିତ୍ରୀ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ l