-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jul-2022
ହୀରାକୁଦ(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): କିଛି ଦିନ ପୂର୍ବେ ହୀରାକୁଦ-ରେମେଡ ମୁଖ୍ୟ ରାସ୍ତାରେ ଭଙ୍ଗାମୁଣ୍ଡା ସ୍ଥିତ ରେଳବାଇ ଫାଟକଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା I ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଆସୁଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ କିମ୍ବା ପ୍ରତି ଦିନ ହଜାର ହଜାର ଗାଡ଼ି ଚାଲୁଥିବା ହୀଣ୍ଡାଲକୋ କମ୍ପାନୀ କେହି ମଧ୍ୟ ନ ଶୁଣିବା ପରେ ଆଜି ଲାୟନ୍ସ କ୍ଲବର କ୍ୟାବିନେଟ୍ ସଭ୍ୟ କାର୍ତ୍ତିକ କଲେତ୍, ଗୌତମ ସାହାଣୀ, ବିକ୍ରମ ପଲେଇ ଓ ସୀମା ପାଢ଼ୀ ପ୍ରମୁଖଙ୍କ ସହଯୋଗରେ ସିମେଣ୍ଟ, ବାଲି, ପଥର ଦେଇ ଗର୍ତ୍ତକୁ ବନ୍ଦ କରିଥିଲେ । ଏହି କାମକୁ ସ୍ଥାନୀୟ ଲୋକମାନେ ବହୁ ଭାବରେ ପ୍ରଶଂସା କରିଥିବାବେଳେ ରାସ୍ତା୍ର ଅନ୍ୟ ବହୁ ଅଂଶ ମରାମତି କରିବାକୁ ଦାବି କରିଛନ୍ତି I