-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ଦେଓଗାଁ, (ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ସୋନଗଡ ନଦୀ ଉପରେ ବ୍ଯାରେଜ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇ ଥିବା ଡିପିଆର ସମ୍ପର୍କରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମୁଖମନ୍ତ୍ରୀ ଙ୍କୁ ଚିଠି ଲେଖି ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ।
ଦେଓଗାଁ ବ୍ଲକ ଅନ୍ତର୍ଗତ ୧୩ ନମ୍ବର ଜିଲ୍ଲାପରିଷଦ ଜୋନ ଅଞ୍ଚଳର ମୁକୁନ୍ଦପୁର, ଅର୍ଜୁନପୁର, କୁଲତାପଡା, ବଡବାହାଲ, ଘୁଡଖାପଲା ଗ୍ରାମ ପଞ୍ଚାୟତ ର ୨୬ ଖଣ୍ଡ ଗ୍ରାମର ୧୬ହଜାରରୁ ଉର୍ଦ୍ଧ୍ବ (୨୦୧୧ ଜନଗଣନା ଅନୁସାରେ)
ଗ୍ରାମବାସୀ ଙ୍କୁ ମିଳିବ ସ୍ବଚ୍ଛ ପାନୀୟ ଜଳ ସୁବିଧା ଯାହାକି ବଲାଙ୍ଗିର ଆରଡବ୍ଲୁଏସ୍ଏସ୍ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ ହୋଇଥିବା ଶ୍ରୀ ସିଂହଦେଓ ୧୮ ନଭେମ୍ବର ରେ ମୁଖ୍ଯମନ୍ତ୍ରୀ ଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିପରି ଅନ୍ଯତ୍ର ଏକ ଚିଠିରେ ପୁର୍ବତନ ସାସଂଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକର କିଛି ଅଞ୍ଚଳର ଚାଷୀ ମାନଙ୍କ ଜଳସେଚନ ସୁବିଧା ପାଇଁ ସୋନଗଡ ନଦୀ ଉପରେ ସଦର ବ୍ଲକ ଭୁତିଆରବାହାଲ ଦେଓଗାଁ ବ୍ଲକ ଅନ୍ତର୍ଲା ମଧ୍ଯ ଭାଗରେ ବ୍ଯାରେଜ ନିର୍ମାଣ କରିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡିପିଆର ସମ୍ପର୍କ ରେ ମୁଖ୍ଯମନ୍ତ୍ରୀ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି। ଏହା ହେଲେ ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ , କୁଠୁର୍ଲା, ନାରାୟଣପୁର, ନୁନିଆଁଡିପା, ଓ ଦେଓଗାଁ ବ୍ଲକ ର ଅଫାମରା, ପିପଲପଦର, ବଡବନ୍ଦ, ସାରସମାଲ, ସିଲେଟକାନୀ, ସିକୁଆଁ, ଅର୍ଡା, ଗାଇବାହାଲ ଅଞ୍ଚଳର ଚାଷୀ ଉପକ୍ରୁତ ହୋଇ ମରୁଡି ପ୍ରପିଡୀତ ଚାଷୀ ଉପକ୍ରୁତ ହେବା ସହିତ ଏ ଅଞ୍ଚଳର ଜଳସ୍ତର ବ୍ରୁଦ୍ଧି ପାଇବ। ପ୍ରକାଶ ଥାଉକି ଉକ୍ତ ପ୍ରକଳ୍ପ ଗୁଡିକୁ ନେଇ ବିଭିନ୍ନ ସମୟରେ ପୁର୍ବତନ ସମବାୟ ସମିତି ସଭାପତି ଲକ୍ଷ୍ମଣ ମେହେର ଦାବୀ ଜଣାଇ ଆସୁଥିବା ବେଳେ ଗତ ୧୬ ତାରିଖ ରେ ଦେଓଗାଁ ଉନ୍ନୟନ ପରିଷଦ ପକ୍ଷରୁ ପୁର୍ବତନ ଜିଲ୍ଲାପରିଷଦ ସଭ୍ଯ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ବ ରେ ମଧ୍ଯ ବିଡିଓ ଙ୍କ ଜରିଆ ରେ ଦାବୀ ଜଣାଯାଇଥିଲା । ତେଣୁ ଅଞ୍ଚଳର ଚାଷୀ ଓ ଜନସାଧାରଣଙ୍କ ଉନ୍ନତି ଓ ବିକାଶ ପାଇଁ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଛନ୍ତି ।