-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ପାଟଣାଗଡ଼, (ପ୍ରେରଣା ଖବର) ପାଟଣାଗଡ ଥାନା ମଘାମରା ଗାଁରେେ ସୂଚନା ଅନୁସାରେ ଉଜ୍ୱଳ ନାଗ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମେଡିକାଲ କୁ ଯାଇ ଫେରୁଥିବା ସମୟରେ ତାଙ୍କ ଗାଁ ନିକଟରେ ହେବାବେଳକୁ ରୋହିତ ସେଲମା" ନାମକ ଜଣେ ବ୍ୟକ୍ତି ପର୍ବ ଶତ୍ରୁତା କୁ କେନ୍ଦ୍ର କରି ଭୁଜାଲିରେ ଦୌଡ଼ାଇ ଦୌଡ଼ାଇ ଆକ୍ରମଣ କରିଥିଲା ଓ ଏଥିରେ ଆହତ ହୋଇଥିବା ଉଜ୍ୱଳ ନାଗ ଙ୍କ ବାମ ହାତରେ ଦୁଇଚୋଟ ବାଜିଥିଲ ଆଉ ଘଟଣାସ୍ଥଳକୁ କିଛ଼ି ପଡୋଶୀ ଦୌଡ଼ି ଯାଇ, ଘଟଣା ସ୍ଥଳରୁ ଉଜ୍ୱଳ ଙ୍କୁ ଉଦ୍ଧାର କରିଥିଲେ ଏବଂ ପରେ ପରେ ପାଟଣାଗଡ ଥାନା କୁ ଯାଇ ଉଜ୍ୱଳ ଙ୍କ ପରିବାର ଲୋକେ ଆକ୍ରମଣ କରିଥିବା ବ୍ୟକ୍ତି ଙ୍କ ନାଁ ରେ ଥାନାରେ ଅଭିଯୋଗ କରିଥିଲେ l
ଏ ପର୍ୟ୍ୟନ୍ତ ପୋଲିସ କାହାକୁ ଗିରଫ କରି ନାହିଁ l