-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
15-Jul-2022
ବଲାଙ୍ଗିର /ଆଜି ରାତି 9 ଟା 40 ମିନିଟ୍ ସମୟରେ ବଲାଙ୍ଗିର ପଟୁ ବରଗଡ଼ ପଟକୁ ଯାଉଥିବ ଯାତ୍ରୀବାହୀ ବସ କୁମୁଦିନୀ ଟ୍ରାଭେଲସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି l ସୂଚନାରୁ ପ୍ରକାଶ ଯେ କୁମୁଦିନି ବସ୍ ଟି ବଲାଙ୍ଗିର ରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଲୋଇସିଂହା ନିକଟସ୍ଥ କୁସୁମ ପୁଲିଅl ଠାରେ ରାସ୍ତା କଡରେ ଅଟକି ଥିବା ଏକ ବେଦାନ୍ତ ଗାଡି କୁ ଧକ୍କା ଦେଇଥିଲା l ଏଥିରେ ବସ୍ ରେ ଥିବା 24 ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ 5 ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି l ସମସ୍ତ ଆହାତ ମାନଙ୍କୁ ବର୍ତ୍ତମାନ ଲୋଇସିଂହା ରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କୁ ଆଣାଯାଉଛି