-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
15-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ସମବାୟ ସମିତିର ସଭାପତି ଭାବେ ଶ୍ରୀ ଲେକୃ ପଟେଲ ୯/୬ ଭୋଟରେ ବିଜୟ ଲାଭ କରିଛନ୍ତି l ସଭାପତି ପଦ ପାଇଁ ଲେକୃ ପଟେଲ, ଅରକ୍ଷିତ ପଧାନ ଓ ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ ନାମାଙ୍କନ କରିଥିବା ବେଳେ ଲେକୃ ପଟେଲ ୯, ଅରକ୍ଷିତ ପଧାନ ୬ ଓ ଶ୍ୟାମ ସୁନ୍ଦର ସାହୁ 0 ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି l ଅନ୍ୟ ପକ୍ଷରେ ସମବାୟ ସମିତିରେ କଟଣୀ ଛଟଣୀ ନାମରେ ବ୍ୟାପକ ଦୁର୍ନୀତି ହେଉଥିବା ପରିଲକ୍ଷିତ ହୋଇ ଆସୁଥିଲେ ମଧ୍ୟ କେହି କିଛି କହୁନଥିଲେ l ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲାପରେ ସମିତିରେ ଯେଉଁସବୁ ଦୁର୍ନୀତି ହେଉଥିଲା, ଲେକୃ ପଟେଲ ଜିତିବା ପରେ ଦୁର୍ନୀତି ହ୍ରାସ ହେବବୋଲି ଲୋକଙ୍କ ମନରେ ଆଶା ଭରିଛି l