-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
15-Jul-2022
ଗଞ୍ଜାମ /ଚୋରା ମଦ ଧରିବାକୁ ଯାଇ ଛେଚା ଖାଇଲେ ଅବକାରୀ କର୍ମଚାରୀ l ସୂଚନା ମୁତାବକ ଗତକାଲି ରାତି ୮ ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଫାସୀ ଅଞ୍ଚଳରେ ଚୋରା ମଦ କାରବାର ନେଇ ଖବର ପାଇଥିଲା ଖଲ୍ଲିକୋଟ ଅବକାରୀ ବିଭାଗ l ଏହି ମଦ କାରବାରକୁ ଧରିବାକୁ ଅବକାରୀ ବିଭଗାର ଚାରି ଜଣିଆ ଗୋଟିଏ ଟିମ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମଦ ମାଫିଆ କର୍ମଚାରୀ ମାନଙ୍କୁ ହଟହଟା କରିବା ସହିତ ନିସ୍ତୁକ ମାଡ଼ ମାରିଥିବା କୋଦଳା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ଅଘଟଣାରେ ରେ ଖଲ୍ଲିକୋଟ ଅବକାରୀ ବିଭାଗ ର ଏ ଏସ୍ ଆଇ . ଜି. କାମେଶ୍ୱର, ଓ କର୍ମଚାରୀ ଏସ. ପର୍ଶୁରାମ ରେଡ୍ଡୀ, କାହ୍ନୁ ଚରଣ ନାହାକ, ମନୋଜ କୁମାର ଲେଙ୍କା ଆହତ ହୋଇଥିବା ବେଳେ କୋଦଳା ମେଡ଼ିକାଲରେ ଚିକିତ୍ସିଚିତ ହୋଇଛନ୍ତି
(ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ)