-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
15-Jul-2022
ବଲାଙ୍ଗିର : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ସହଯୋଗରେ ଆଜି ବଲାଙ୍ଗିର ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ସରପଞ୍ଚ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜୁଲାଇ ୧୧ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପୁଇଁତଳା ବ୍ଲକର ୨୫ ଟି ପଞ୍ଚାୟତ ଓ ଲୋଇସିଂହା ବ୍ଳକ ର ୨୦ ଟି ପଞ୍ଚାୟତର ସରପଞ୍ଚ ଉପସ୍ଥିତ ରହି ତାଲିମ ଦାତା ମାନଙ୍କ ଠାରୁ ତାଲିମ ନେଇଥିଲେ l ସରକାରୀ ଅନୁଦାନ ର ଉପଯୋଗ କରି ପଞ୍ଚାୟତକୁ କିପରି ସାମାଜିକ ଓ ଆର୍ଥିକ ସ୍ତରରେ ପ୍ରଗତି କରାଯାଇପାରିବ, ବିକାଶ ଯୋଜନାକୁ କିପରି ଲୋକଙ୍କ ପାଖରେ ପହଞ୍ଚl ଯାଇ ପାରିବ ଓ ସରପଂଚ ମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା