-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପରଧିଆପାଲି ଗ୍ରାମରେ ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏଠାରେ ତାହାର ଖୋଲାଖୋଲି ଉଲଂଘନ କରାଯାଇ ବିନା ସୂଚନା ଫଳକରେ କାମ କରାଯାଉଛି l ମେଟାଲ କଂକ୍ରିଟରେ ପାହାଚ ତିଆରି କରାଯିବା ବଦଳରେ ପଥର ଯୋଡ଼େଇ କରାଯାଇ ପାହାଚ ନିର୍ମାଣ ଚାଲିଛି l ବିନା ଲେ ଆଉଟ ରେ କାମ ଚାଲିଥିବା ବେଳେ ଏହି କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ l ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l