-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ଆଗଲପୁର (ପ୍ରେରଣା ଖବର) ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଗଲପୁର ବ୍ଳକ ଆଇ ସି ଡି ଏସ୍ ସୁପରଭାଇଜର ଶ୍ରୀମତୀ କୁନି ନାୟକ l ସମ୍ବଲପୁର ଭିଜିଲାନ୍ସ ଡି ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଭିଜିଲାନ୍ସ ବିଭାଗ ର ଏକ ଟିମ୍ ଆଜି ଅପରାହ୍ନରେ ଆଗଲପୁର ସି ଡି ପି ଓ ଅଫିସ ରେ ପହଂଚି ଥିଲେ l ସୁପରଭାଇଜର ଅଙ୍ଗନୱାଡି କର୍ମୀ ଲତା ସାହୁଙ୍କ ସମେତ ଆଉ ୫ ଜଣ ଅଙ୍ଗନୱାଡି କର୍ମୀଙ୍କ ଠାରୁ ୧୯,୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ସୁପରଭାଇଜରଙ୍କୁ କାବୁ କରି ନେଇଥିଲା l ଅଙ୍ଗନୱାଡି କର୍ମୀ ଜଣକ ସୁପରଭାଇଜରଙ୍କ ଟେବୁଲ୍ ରେ ଲାଞ୍ଚ ଟଂକା ଦେବା ପାଇଁ ରଖିଥିବା ବେଳେ ଭିଜିଲାନ୍ସ ବିଭାଗର ଅଚାନକ ଚଢାଉ ଯୋଗୁଁ ସୁପରଭାଇଜର ଜଣକ ଇତସ୍ତତ ହୋଇ ପଡିଥିବା ଦେଖାଯାଇଥିଲା l ସେ ଯାହା ହେଉ ଆଗଲପୁର ଠାରେ ଏହି ସୁପରଭାଇଜର ଙ୍କ ନାମରେ ଆଗରୁ ମଧ୍ୟ ଲାଞ୍ଚ ନେଉଥିବାର ଅନେକ ଅଭିଯୋଗଆସିଛି l