-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ବଲାଙ୍ଗିର/ଲୋଇସିଂହା(ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ରୁଗୁଡିଖାଲ ମାନସ ବିହାର ଠାରେ ସାପ୍ତାହିକ ପ୍ରେରଣା ତରଫରୁ ଏକ ବହୁଭାଷୀ କବିତା ପାଠୋତ୍ସବ ଓ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗାଳ୍ପିକ ମଳୟ ମିଶ୍ର ଯୋଗ ଦେଇ ପ୍ରତ୍ୟେକ ମଣିଷ ନିଜ ଭିତରେ ଥିବା କବିତ୍ୱକୁ ଜାଗ୍ରତ କରିବାର ଆବଶ୍ୟକ ଅଛି ବୋଲି କହିଥିଲେ । କବୟିତ୍ରୀ ସବିତା ମହରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କବି ମହେନ୍ଦ୍ର ପଟେଲ,ଗଜିନ୍ଦ୍ର ଦଣ୍ଡସେନା, ରାମଚନ୍ଦ୍ର ପଟେଲ, ସୁଦାମ ଚରଣ ବଘାର, କୌସ୍ତୁଭ ଜାଲ, ଅନାଦି ସେଠ, ସତ୍ୟ ନାରାୟଣ ପାଣିଗ୍ରାହୀ, ଶ୍ରୀମତୀ ତପସ୍ୱିନୀ ପଶାୟତ, ସନାତନ ମିଶ୍ର, ଫକୀର ଭୋଇ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବିତା ଆବୃତି କରିଥିବା ସମସ୍ତ କବି ମାନଙ୍କୁ ପ୍ରେରଣା ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରେରଣାର ବାହୁଡା ଯାତ୍ରା ସଂଖ୍ୟା ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ସୁଶୀଲ ମିଶ୍ର, ମହେଶ କର, ଦେବାନନ୍ଦ ପଟେଲ ସୁଶାନ୍ତ ବାରିକ, ସାରଙ୍ଗ ଭୋଇ, ବିନୋଦ ଦୀପ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।