-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
08-Jul-2022
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମର ରାଜୁ ବିଷୋୟୀ ହତ୍ୟାକାଣ୍ଡ ର ମୁଖ୍ୟ ୪ ଅଭିଯୁକ୍ତ ଗିରଫ l ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଖଜାପଲ୍ଲୀ ଗ୍ରାମର ସଂଗ୍ରାମ ସ୍ୱାଇଁ, ବୁଦ୍ଧିଆ ସ୍ୱାଇଁ, ପିଣ୍ଟୁ ବିଷୋୟୀ ଓ ଭଗବାନ ସ୍ୱାଇଁ ଙ୍କୁ ପୋଲିସ ଗିରଫ କରିବା ରେ ସଫଳ ହୋଇଛି l ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଭୁଜାଲି ଚାରୋଟି ମୋବାଇଲ ଫୋନ ସହିତ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ l ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗତ 18.05.22 ରେ
ବାହାଲପଲ୍ଲୀ ରାସ୍ତାରେ ରାଜୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା l ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ ପରେ କେସ ୧୯୮ ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା l ହତ୍ୟାକାଣ୍ଡର ଦେଢ଼ ମାସ ପରେ ଅର୍ଥାତ ଆଜି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)