-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
08-Jul-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କେନ୍ଦ୍ରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ପ୍ରକୃତିବନ୍ଧୁ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶ ପଦୋନ୍ନତି ପାଇବାପରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟରୁ ବିଦାୟ ନେଇ ଉକ୍ତ ବିଦ୍ୟାଳୟରେ ଯୋଗଦାନ କରିଥିଲେ।ଶ୍ରୀ ଦାଶଙ୍କୁ ସ୍ୱ।ଗତ କରିବାକୁ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସାଲେପଡା ଉଚ ପ୍ରାଥମିକ ବିଦ୍ୟାଳୟର
ପ୍ରଧାନଶିକ୍ଷକ ତଥା ପ୍ରାକୃତିବନ୍ଧୁ ସୂର୍ଯ୍ୟକାନ୍ତ ରଣା, ସିଆରସିସି ଧନସିଂ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ଉପସ୍ଥିତ ଥିଲେ।ସମସ୍ତ ଅତିଥି ତଥା ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକଶ୍ରୀ ଦାଶଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ମନୋଜ ତାଣ୍ଡୀ ସଭା ପରି ଚାଳନା କରିଥିଲେ।ସଭା ପରେ ଶ୍ରୀ ଦାଶ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ବୃନ୍ଦ,ଅଭିଭାବକ ଗଣ ମିଶି ବୃକ୍ଷ ରୋପଣ କରିଥିଲେ।ତା ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଲେଖ ବନଗୁଲା, ବିଶେଶ୍ୱର ମୁଦୁଲି,,ସୁରଜ ଛତ୍ରିଆ ଆଦି ସହଯୋଗ କରିଥିଲେ।