-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
08-Jul-2022
ବଲାଙ୍ଗିର (ପ୍ରେରଣା ଖବର): ନିଜ ମଦ୍ୟପ ସ୍ଵାମୀକୁ ଲୁହା ରଡ୍ ରେ ମାରି ଗୁରୁତର ଆହାତ କରିଥିବା ଓ ସ୍ଵାମୀ ଜଣକ ଲହୁଲୁହାଣ ହୋଇ ବର୍ତ୍ତମାନ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରଣ ହୋଇଥିବା ପରି ଏକ ଅଭାବନୀୟ ଘଟଣା ଘଟିଛି l ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଅନ୍ତର୍ଗତ ବ୍ରଡ ଟେକଲା ଗାଁ ର ଲିଙ୍ଗରାଜ ମାଝୀ ପ୍ରତିଦିନ ମଦ ପିଇ ଆସି ନିଜର ସ୍ତ୍ରୀ ସହ ଝଗଡା କରିଥାଏ l ସବୁଦିନ ପରି ଗତକାଲି ସନ୍ଧ୍ୟାରେ ଲିଙ୍ଗରାଜ ଘରକୁ ଆସି ନିଜ୍ ସ୍ତ୍ରୀ ଲଳିତା କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା l ଟଙ୍କା ଦେବାକୁ ସ୍ତ୍ରୀ ମନା କରିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା l ଏପରିକି ଲିଙ୍ଗରାଜ ନିଜ ସ୍ତ୍ରୀ ଲଳିତାକୁ ନିଶାଗ୍ରସ୍ତ ଅବସ୍ଥାରେ ମାରପିଟ୍ ମଧ୍ୟ କରିଥିଲା l ଶେଷରେ ଉତ୍ୟକ୍ତ ହୋଇ ଘରେ ଥିବା ଏକ ଲୁହା ରଡ଼ରେ ଲଳିତା ଲିଙ୍ଗରାଜକୁ ଆକ୍ରମଣ କରିଥିଲା l ଏଥିରେ ଲିଙ୍ଗରାଜ ର ମୁଣ୍ଡରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ଲିଙ୍ଗରାଜ କୁ ପ୍ରଥମରେ ବଲାଙ୍ଗିର ହସ୍ପିଟାଲ ଓ ଆଜି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି l