-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
ବଲାଙ୍ଗିର ଜିଲା ଜିଲ୍ଲା ସଇଁନ୍ତଲା ବ୍ଲକ୍ କୁମ୍ଭାରୀ ଗ୍ରାମର ଜଣେ ୧୪ ବର୍ଷର ନାବାଳିକା ଝିଅକୁ ବିବାହ କରୁଥିବା ନେଇ ପୁଲିସ ଖବର ପାଇବା ପରେ ଚଢ଼ଉ କରି ସଫଳତା ହାସଲ କରିଛି। ସୂଚନା ମତେ କୁମ୍ଭାରୀ ଗାଁ’ର ନାବାଳିକା ଝିଅକୁ ତାଙ୍କର ସମ୍ପର୍କୟଙ୍କ ସହ ସମ୍ବଲପୁର ଜିଲ୍ଲା ଗୋଡ଼ଭଙ୍ଗା ଗ୍ରାମର ଜଣେ ପୁଅଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତୁତ ହେବା ପରେ ଅଟୋ ମାଧ୍ୟମରେ ପରିବାର ଲୋକେ ବିବାହ କରିବା ପାଇଁ ନେଉଥିବା ବେଳେ ପୁଲିସ ଚଢ଼ଉ କରିଥିଲା। ଏବଂ ସଇଁନ୍ତଳା ଥାନାକୁ ଏସ୍ଆଇ ସଂଗୀତା ବେଙ୍କ ଆଣି ପଚରାଉଚରା କରିବା ପରେ ତାର ବୟସ ୧୪ ବୋଲି ଜାଣିବାକୁ ପାଇଥିଲା।ପରେ ସିଡ଼ିପିଓ ସବିତା ଦାସଙ୍କୁ ଖବର ଦେବା ମାତ୍ରେ ଥାନାକୁ ଆସି ତଦନ୍ତ କରିଥିଲେ। ବୟସ ନହେବା ପର୍ଯ୍ୟନ୍ତ ଝିଅର ବାହା ହୋଇପାରିବ ନାହିଁ ବୋଲି ପରିବାର ଲୋକଙ୍କୁ ପୁଲିସ ପ୍ରଶାସନ ବୁଝାସୁଝା କରିବା ପରେ ପରିବାର ଲୋକଙ୍କୁ ଝିଅଙ୍କୁ ହନ୍ତାନ୍ତର କରିଦେଇଥିବା ଜଣାପଡିଛି। ତେବେ ବିଭିନ୍ନ ସମୟ ରେ ନାବାଳିକା ଝିଅଙ୍କର ବିବାହ କରୁଥିବା ସମୟରେ ପୁଲିସ ପ୍ରଶାସନ ଓ ସିଡ଼ିପିଓଙ୍କ ଧରପଗଡ଼ କରୁଥିବା ଦେଖିବାକୁ ମିଳିଛି।
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)