-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
କର୍ଲମୁଣ୍ଡା (ପ୍ରଦିପ କୁମାର ସାହୁ)
ବିଶିଷ୍ଟ ସାମ୍ବାଦିକ ତଥା ବଡଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ କ୍ରାଇମବ୍ରାଞ୍ଚ ର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣା କୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର l ଆଜି କର୍ଲାମୁଣ୍ଡା ଜନଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯିବା ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି ରାଲିରେ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀ, କଂଗ୍ରେସ କର୍ଲାମୁଣ୍ଡା ମଣ୍ଡଳ ସଭାପତି ହିରୋଜ ସାହୁ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସମ୍ପାଦକ ପ୍ରଦୀପ କୁମାର ସାହୁ, ସାମ୍ବାଦିକ ଭଜଶ୍ୟାମ ସାହୁ, ସତ୍ୟନାରାୟଣ କୁମାର, ବ୍ଲକ କୃଷକ କଲ୍ୟାଣ ମଞ୍ଚ ସମ୍ପାଦକ ମଧୁସୂଦନ ବାଗ, ଆଇନଜୀବି ଦଶରଥ ସାହୁ, ପୃଥ୍ୱୀରାଜ ଦଣ୍ଡସେନା, ମନୁଲାଲ ବଗର୍ତ୍ତୀ, ମହେନ୍ଦ୍ର ସାହୁ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ l