-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
ଗଣିଆ, (ବିଜୟଲକ୍ଷ୍ମୀ ରାଉତ) ପଞ୍ଚୁକ ରେ ହବିଷ୍ୟାଳି ମାନେ ପୁରୀ କୁ ଜଗନ୍ନାଥ ଙ୍କ ପାଖକୁ ଯାଆନ୍ତି ନିଜର ଦୁଃଖ ଜଣାଇବାପାଇଁ | କିନ୍ତୁ ଆଜି ସକାଳୁ ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମର ଜଣେ ଵୃଦ୍ଧା ପୁଅ ବୋହୁ ଙ୍କର ଅତ୍ୟାଚାର ସହିନପାରି ଘରୁ ବାହାରି ଆସିଲେ ରାଜରାସ୍ତା କୁ | ଚାଲି ଚାଲି ଆସିବା ବେଳେ ଗଣିଆ ବଜାର ନିକଟରେ ଗୋଟିଏ ଦୁଇ ଚକିଆ ଯାନ ଦ୍ୱାରା ଦୁର୍ଘଟଣା ର ଶିକାର ହୋଇ ଥିଲେ | ତଥାପି ସେ ଭାଙ୍ଗିନପଡ଼ି ଆଗକୁ ବଢିଚାଲିଲେ | ଗଣିଆ ଲଷ୍ମୀବଜାର ମା ଦକ୍ଷିଣକାଳୀ ହୋଟେଲ ନିକଟରେ ଆମ ପ୍ରତିନିଧି ତାଙ୍କୁ ଭେଟି ଥିଲେ | ସେଠାରେ ତାଙ୍କ ଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ | ଅସହାୟ ଵୃଦ୍ଧା ଙ୍କ ୩ଟି ପୁଅ ଏବଂ ଗୋଟିଏ ଝିଅ | ୩ ପୁଅ ସୁବାସ, ସୁଧୀର ଏବଂ ଲୋକନାଥ ଏବଂ ଝିଅ ଦୁଖି | ନିଜେ ପାଉଥିବା ଭତା ଟଙ୍କା ୩ ପୁଅ ବାଣ୍ଟି ନିଅନ୍ତି |ତିନିପୁଅ ପାଳି କରି ମା କୁ ପୋଷୁ ଥିବାବେଳେ ଏବେ ସାନ ପୁଅର ପାଳି ଚାଲି ଥିବା ସେ ଜଣାଇଛନ୍ତି |ସାନ ବୋହୁ କୁ କାମ କରିବାବେଳେ ତାଗିଦ କରିବାରୁ ସେ ଶାଶୁ ଙ୍କୁ ମାଡ ମାରି ଘରୁ ବାହାର କରିବାବେଳେ ସାନପୁଅ ସୁବାଷ କହିଥିଲେ ଯା ଭିକ ମାଗି ଚଳିବୁ | ବଡ ପୁଅ ଲୋକନାଥ ମା ଙ୍କୁ ରଖିବା ପରିବର୍ତ୍ତେ ମା ଙ୍କର ଗୋଟିଏ ଗଣ୍ଠିଲି ସଜାଇ କହିଲେ ଯା ସମସ୍ତଙ୍କୁ ସାନବୋହୁ ର ଗୁଣ ଗାନ କରିବୁ | ଵୃଦ୍ଧା ନିରୁପାୟ ହୋଇ ବାହାରିଲେ ନୟାଗଡ଼ ବାଲୁଗାଁ ରେ ରହୁଥିବା ଝିଅ ଦୁଖି ପାଖରେ ରହିବା ଆଶାରେ | ଯଦି ଝିଅ ନ ରଖେ ତେବେ ପୁରୀ ଯାଇ ଅଠରନଳା ରେ ବୁଡି ମରିବାର ନିଷ୍ପତି ନେଇଥିଲେ ଅସହାୟା ଵୃଦ୍ଧା | 95 ବର୍ଷୀୟା ଵୃଦ୍ଧା ନିଜର ଦୁଃଖ କଷ୍ଟ ଗାନ କରିବାବେଳେ ତାଙ୍କ ଆଖିରୁ ଧାର ଧାର ଲୁହ ବହିଚାଲିଥିଲା | କିଛି ସମୟ ପରେ ସୁବାଷ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ | ଜନସାଧାରଣ ଙ୍କ ଠାରୁ ବହୁତ ଲଜ୍ଜିତ ଭାଷା ଶୁଣିବାପରେ ମା ଙ୍କୁ ନେଇ ଘରକୁ ଫେରିଥିଲେ | ଦକ୍ଷିଣକାଳୀ ହୋଟେଲ ମାଲିକ ସୁକାନ୍ତ କୁମାର ପାଣିଗ୍ରାହୀ ସୁବାଷ ଙ୍କୁ ପ୍ରତିଶୃତି ବଦ୍ଧ କରାଇ ଥିଲେ କି ମାଙ୍କୁ ଏହିଭଳି ଦୁଃଖ ଯେମିତି କେବେବି ନ ଦିଅନ୍ତି |