-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
05-Jul-2022
ନାକଟିଦେଉଳ(କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ବଳମ ପଂଚାୟତ ଉପରମୁଣ୍ଡା ଗ୍ରାମରେ ହରି ଫାଉଣ୍ଡେସନ ଓ ଯୁବଗୋଷ୍ଟୀଙ୍କ ମିଳିତ ଉଦ୍ୟମରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଉଦଘାଟନ ହୋଇଯାଇଛି l ସୂଚନାନୁସାରେ ଉପରମୁଣ୍ଡା ଗ୍ରାମର ଦୋଳ ଯାତ୍ରା ପଡିଆ ଠାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଗାଁ ଲୋକେ ପଞ୍ଚାୟତ କର୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିଥିଲେ l ହେଲେ ପଞ୍ଚାୟତ କର୍ତୃପକ୍ଷ ଏଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଦିଗରେ କୋୖଣସି ପଦକ୍ଷେପ ନେଇନଥିଲେ l ଶେଷରେ ଗ୍ରାମର ଯୁବଗୋଷ୍ଟୀ ଏକାଠି ହୋଇ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ଚାନ୍ଦା ଆଦାୟ କରି ନିର୍ମାଣ କରିଛନ୍ତି l
ଉଦଘାଟନ ଉତ୍ସବରେ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଏବଂ ଗ୍ରାମ ସଭାପତି କୁଶଧର ମାଝୀ ଅତିଥିଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ l ପ୍ରକଳ୍ପ ନିର୍ମାଣରେ ଗ୍ରାମର ଦିନ ଅଗ୍ରୱାଲ, ନନ୍ଦ ସାହୁ, ଶରତ କୁମାର ପ୍ରଧାନ, ନିଗମାନନ୍ଦ ସାହୁ, ରଞ୍ଜନ ପ୍ରଧାନ, ସରଜୁ ରାଉଳ, ହୁସେନ ସାହୁ, ଲାଣ୍ଡୁ ସାହୁ, ଶେଷଦେବ ମାଝୀ, ଅଜିତ ସାହୁ, ରମାକାନ୍ତ ପ୍ରଧାନ, କ୍ଷୀରୋଦ ପ୍ରଧାନ, ଅଜିତ ମାଝିଙ୍କ ସମେତ ଯୁବଗୋଷ୍ଟୀ ଆର୍ଥିକ ସହଯୋଗ କରିଥିଲେ l