-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||     

HOME   ଜିଲ୍ଲା

ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ

05-Jul-2022



ସୁବର୍ଣ୍ଣପୁର // ରେଲୱେ ବିଭାଗର ମହିଳା ସୁଇପର ବି. ରେଡ୍ଡୀ ଙ୍କ ହଜି ଥିବା ମୋବାଇଲ ଓ ମନିପର୍ସ  ଟଙ୍କା ଫେରାଇ ମାନବିକତା ଓ ମଣିଷପଣିଆର ବଡ଼ ପରୀକ୍ଷାରେ ବିଜୟୀ ହୋଇ ସୁଇପରଙ୍କ ହୃଦୟ ଜିଣିଲେ ସୁବର୍ଣ୍ଣପୁରର ଝିଅ ବିଜୟିନୀ ରଥ l ପ୍ରକାଶ ଥାଉ କି ଯେ  ହାଇଦ୍ରାବାଦର ଏକ ସାମାଜିକ ଉତ୍ସବରେ ଯୋଗ ଦେଇ ସୁବର୍ଣ୍ଣପୁର ବଡ଼ବଜାରର ବୃନ୍ଦାବନ ରଥଙ୍କ ପରିବାର ଲୋକେ ଫେରୁଥିବା ବେଳେ ଗତ  ୩ ତାରିଖ ରେ ସିକନ୍ଦାରବାଦ ୪ ନମ୍ବର ପ୍ଲାଟ ଫର୍ମରେ ଏକ ଦାମିକା ମୋବାଇଲ,ଦୁଇ ହଜାର ଟଙ୍କା ଓ କିଛି ଜରୁରୀ କାଗଜପତ୍ର ଥିବା ଏକ ମନିପର୍ସ କୁ  ଶ୍ରୀ ରଥଙ୍କ ବିବାହିତା ଝିଅ  ବିଜୟିନୀ ପାଇଥିଲେ l  ପ୍ରାୟତଃ ଲୋକେ ମୋବାଇଲ ଟଙ୍କା କିଛି ମୂଲ୍ୟବାନ ଜିନିଷ ଲୁଟି ନେଇ କିମ୍ବା ହଜିଥିବା ଜିନିଷ ପାଇବା ପରେ ତୁରନ୍ତ ଜାଗା ଛାଡି ଫେରାର ମାରିବା ଘଟଣା ଆପଣ ଦେଖିଥିବେ ଶୁଣିଥିବେ l କିନ୍ତୁ ଏଠି ବିଜୟିନୀ ଙ୍କ କ୍ଷେତ୍ରରେ ଘଟିଛି କିଛି ଅଲଗା l ସିକନ୍ଦରାବାଦ ଷ୍ଟେସନ ରେ ଅଟକି ଥିବା  ଓ ଟ୍ରେନ ଛାଡିବା ର ମାତ୍ର ୧୦ /୧୫ ମିନିଟ ଭିତରେ ପ୍ଲାଟ ଫର୍ମ ରେ ପାଇଥିବା ଏ ସବୁ ଜିନିଷ ତୁରନ୍ତ କେମିତି ହଜାଇ ଥିବା ଲୋକଙ୍କୁ ଫେରାଇ ନିଜ ର ଭାରାକ୍ରାନ୍ତ ମନକୁ ହାଲକା କରିବେ ସେ ନେଇ ବିଜୟିନୀ ଖୁବ ବ୍ୟସ୍ତ ବିବ୍ରତ ହୋଇ ପଡୁଥିବା ବେଳେ ହଜିଥିବା ମୋବାଇଲ କୁ  ବ୍ୟସ୍ତ ବିବ୍ରତ ସ୍ବରରେ ଫୋନ କଲ ଆସିଲା, ମେମ ଆପଣ କେଉଁଠି ପ୍ଲିଜ ମୋ ଫୋନ ଆଉ ଟଙ୍କା ଫେରାଇଦିଅନ୍ତୁ, ଆଉ ଏ ପଟୁ ବିଜୟିନୀ ଖୁସିରେ ଉତ୍ତର ଦେଲେ ବ୍ୟସ୍ତ ହୁଅନ୍ତୁ ନି ଆପଣ 4 ନମ୍ବର ପ୍ଲାଟଫର୍ମକୁ ତୁରନ୍ତ ପହଂଚି ଜିନିଷ ସବୁ ନେଇଯାଆନ୍ତୁ l ଦୁଇ ମିନିଟ ବାକି ଥିଲା ସମୟ ଟ୍ରେନଛାଡିବା l ଆଉ ଠିକ ସେତିକି ବେଳେ ରେଲୱେ ସୁଇପର ବି. ରେଡ୍ଡୀ ହାତ ହଲାଇ ଦୌଡ଼ି ଦୌଡ଼ି ଆସୁଥିଲେ l ବିଜୟିନୀ ଙ୍କ ପାଖ ରୁ ସବୁ ଜିନିଷ ଉଦ୍ଧାର କରି ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ l ସେଇ ଖୁସିର ମୁହୂର୍ତ୍ତକୁ ଷ୍ଟେସନର ଲୋକେ ଉପଭୋଗ କରୁଥିବା ସମୟରେ ଟ୍ରେନ ଗଡ଼ିବା ଆରମ୍ଭ ହୋଇ ଯାଇଥିଲା ଆଉ ବିଜୟିନୀ ମଧ୍ୟ ଶ୍ରୀମତୀ ରେଡ୍ଡୀ ଙ୍କୁ ଖୁସି ଓ ବିନମ୍ରତାର ସହିତ ପ୍ରତି ନମସ୍କାର ଜଣାଇ ଖୁବ ତରବରରେ ଟ୍ରେନ ବଗିକୁ  ଦୌଡ଼ି ଚଢ଼ିଥିଲେ l ଆଉ ଏଇ କାହାଣୀ ଓ ଦୃଶ୍ୟ ସିନେମା ଠୁଁ କିଛି କମ ନୁହେଁ l କଥାରେ ଅଛି ତୁଳସୀ ଦୁଇ ପତ୍ର ରୁ ବାସେ ଓ ସଂସ୍କାରିତ ପରିବାର ଓ  ଶିକ୍ଷାନୁଷ୍ଠାନରୁ ଜୀବନ ଗଢ଼ିଥିଲେ ବଢ଼ିଥିଲେ, ତାକୁ ହିଁ ଅନ୍ୟ ମାନଙ୍କୁ,ସମଗ୍ର ସମାଜକୁ ଏଭଳି ସଂସ୍କାର ଓ ମହତ କାର୍ଯ୍ୟ  ଶିଖେଇବାର

ସୁଯୋଗ ମିଳିଥାଏ l ଏଡ଼ଭୋଜେଟ ଶ୍ରୀମତୀ ରଥଙ୍କ ଏଭଳି ପ୍ରୟାସ ଓ ମହତ କାର୍ଯ୍ୟକୁ ସୁବର୍ଣ୍ଣପୁର , କଳାହାଣ୍ଡି ସହର ଓ କଟକ ହାଇକୋର୍ଟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଯୁବପିଢୀଙ୍କୁ ଏହା ପ୍ରେରଣାର ବାର୍ତ୍ତା ଦେବ ନିଶ୍ଚିତ l ବିଜୟିନୀଙ୍କ ବାପା ବୃନ୍ଦାବନ ରଥ ଯିଏ କି ଦୀର୍ଘ ବର୍ଷ ରୁ ସୁବର୍ଣ୍ଣପୁରର କୁଷ୍ଠାଶ୍ରମକୁ ଯାଇ ପ୍ରତିଦିନ କୁଷ୍ଠ ରୋଗୀଙ୍କ ସେବା ଓ ତାଙ୍କ ଦୁଃଖ ସୁଖରେ ସାମିଲ ହୋଇ ଜଣେ କୁଷ୍ଠ ସାଥି ଭାବେ ପରିଚିତ l  ବାପା, ମା ଓ ଭାଇ ନାରାୟଣ ରଥ ସ୍ୱଚ୍ଛ ଭାରତ ସୋନପୁରର ସଦସ୍ୟ ଥିବା ବେଳେ ହାଇକୋର୍ଟରେ ଲ ପ୍ରାକ୍ଟିସ କରୁଥିବା ବିଜୟିନୀଙ୍କ ସ୍ୱାମୀ ବଲାଙ୍ଗୀର ସଇଁତଳା ରେ ଆୟୁଷ ଡାକ୍ତର  ଭାବେ କାର୍ଯ୍ୟରତ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା   17-Aug-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   17-Aug-2026
  ଜିଲ୍ଲା  
ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ   17-Aug-2026
  ଜିଲ୍ଲା  
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   17-Aug-2026
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026

You Might Also Like