-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ): ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡ଼ା ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳିକା ନିଖୋଜ ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଗତ ତିନି ଦିନ ପୂର୍ବରୁ ଘରେ ତାଙ୍କ ମାଆଙ୍କୁ ଗାଧୋଇବା ପାଇଁ ଯାଉଛି କହି ସକାଳ ପ୍ରାୟ ୬ ଟାରୁ ସୁମିତ୍ରା ହାତୀ(ବ-୧୬) (ଛଦ୍ମନାମ) କେଉଁ ଆଡେ ଚାଲିଯାଇଥିଲେ । ପରେ ପରିବାର ଲୋକେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଲୁଗାପଟା ନେଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଓ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ଟିଟିଲାଗଡ଼ ହାଟପଦା ପଡାର ମୋହନ ବେହେରା ନାମକ ଜଣେ ଯୁବକ ସହ କେଉଁଆଡ଼େ ଫେରାର ହୋଇଯାଇ ଥିବା ଓ ମୋବାଇଲରେ ଉଭୟଙ୍କ ଫଟୋ ଭାଇରଲ କରାଯାଇଥିବା ଜଣାଯାଇଛି ।