-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ଉୁରିବାହାଲ(ସୁଦାମ ଚରଣ ବଘାର)ମୁରିବାହାଲ ଥାନା ଅନ୍ତର୍ଗତ ଏନ.ଏଚ ୫୯ ନିକଟରେ ସଡକ ଦୁର୍ଗଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଗତକାଲି ବିଲମ୍ବିତ ରାତ୍ରିରେ ଏନ ଏଚ ୫୯ ପାଶ୍ୱର୍ରେ ଥିବା ଚିତ୍ରାମୁଣ୍ଡା ଗ୍ରାମର ଢାବାର କବାଟରେ ପଟି ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ନିକଟସ୍ଥ ଝିକିଡୁଙ୍ଗିରି ଗ୍ରାମର ମଗସିର ଭୋଇଙ୍କ ପୁଅ ଉମାକାନ୍ତ ଭୋଇ (୨୮) ୍୍ହିରୋହୋଣ୍ଡା ସିଡି ଡିଲକ୍ସ ଗାଡି ନଂ ( ଓଡି ୦୩ ଆର ୭୮୫୬ ) ରେ ଚିତ୍ରାମୁଣ୍ଡା ପଟରୁ ବାଇକରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଢାବା କବାଟରେ ପିଟି ହୋଇ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ମୁରିବାହାଲ ପୁଲିସ ଘଟନା ସ୍ଥଳରେ ପହଂଚି ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ କଂଟାବାଞି ଡାକ୍ତରଖାନାକୁ ପଠାଇଥିବା ମୁରିବାହାଲ ପୁଲିସ ସୂତର୍ରୁୁ ଜଣାଯାଏ ।